ଚୋରା ମଦର ଭୂସ୍ୱର୍ଗ ପାଲଟିଛି ଗଂଗଦାହାଟ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ବ୍ଲକ ଡେରିକି ପଂଚାୟତସ୍ଥିତ ଗଂଗଦାହାଟରେ ଚାଲିଛି ବେଇଆନି ଚୋରା ମଦ କାରବାର । ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ ହାଟର ଆରମ୍ଭରୁ ଶେଷ ମଧ୍ୟରେ ୫ରୁ ଉର୍ଦ୍ଧ ବେଆଇନ ମଦ ଦୋକାନ ରହିଛି । ମଦ ବ୍ୟବସାୟମାନେ ସକାଳରୁ ଆରମ୍ଭ କରି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚଳାଉଛନ୍ତି ଏହି ବେପାର । ସ୍ଥାନୀୟ ସରପଂଚଙ୍କ ସହିତ ଗଂଗଦାହାଟ ବଜାର କମିଟି ପକ୍ଷରୁ ଅନେକ ଥର ଏହି ମଦ ବ୍ୟବସାୟକୁ ବନ୍ଦ କରାଯିବା ପାଇଁ ପଦକ୍ଷେପ ନିଆ ଯାଇଥିଲେ ମଧ୍ୟ ଏହି ଚୋରା ମଦ ବ୍ୟବସାୟ ବନ୍ଦ ହୋଇପାରିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ହାଟ ମଧ୍ୟରେ ଉକ୍ରଳମଣୀ ଶିଶୁ ଶିକ୍ଷା ମନ୍ଦିର ଓ ଶ୍ରୀ ଅଚ୍ୟୁତ ଇଂରାଜୀ ବିଦ୍ୟାଳୟ ସହିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ମହାବିଦ୍ୟାଳୟ, ବ୍ୟାଙ୍କ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ରହିଛି । ଛୋଟ ଛୋଟ ପିଲାମାନ ପଢିବା ପାଇଁ ଆସୁଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟେହ ଛାତ୍ରୀଛାତ୍ରୀ,ରୋଗୀ ଆଦି ଯାଉଛନ୍ତି । ଏପରିକି ମହିଳାମାନେ ଜିନିଷ ପତ୍ର କିଣିବା ପାଇଁ ହାଟକୁ ଆସୁଛନ୍ତି ।କିନ୍ତୁ ହାଟରେ ମଦୁଆମାନଙ୍କର ଉତ୍ପାତର ଶିକାର ହେଉଥିବା ଦେଖିବାକୁ ମିଳୂୁଛି । ନାଉଗାଁ ଥାନା ପକ୍ଷରୁ ଏହି ଚୋରା ମଦ ବ୍ୟବସାୟ ଉପରେ ଲୋକ ଦେଖାଣିଆ ଭାବେ ଚଢାଉ କରାଯାଉଥିବାରୁ ସେମାନେ ଖୁଲମଖୁଲା ବେପାର କରୁଥିବା ସ୍ଥାନୀୟ ଅଂଚଳ ଚର୍ଚ୍ଚା ହେଉଛି । ସେହିପରି ଅବକାରୀ ବିଭାଗରୁ ପକ୍ଷରୁ ଦିର୍ଘ ୩ ବର୍ଷ ହେବ ଏ ଅଂଚଳର କୌଣସି ବେଆଇନ ମଦ ଦୋକାନ ଉପରେ ଚଢାଉ କରାଯାଇ ନଥିବା ଜଣାଯାଇଛି । କାଁ ଭାଁ ଲୋକ ଦେଖାଣିଆ ଚଢାଉ କରାଯାଇ ମୋଟା ଅଂଙ୍କର ଉକ୍ରୋଚ ନେଇ ଚୁପ ହୋଇ ବସିରହୁଛନ୍ତି । ଯାହାଫଳରେ ଚୋରା ମଦ ବେପାରୀମାନେ ହାତ ତିଆରି ବିଦେଶୀ ଓ ଦେଶୀ ମଦ କମ ଦାମରେ କୋଣାର୍କ ଓ ନୟାହାଟ ଆଦି ସ୍ଥାନରୁ ଆଣି ଅଧିକ ଦାମରେ ବେପାର କରୁଛନ୍ତି । ଏହି ଚୋରା ମଦକୁ ନେଇ ମଦ ମୃତ୍ୟୁକୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବିଙ୍କ ମହଲରେ ଆଲୋଚନା ହେଉଛି । କେବଳ ଗଂଗଦାହାଟ ନୁହେଁ ଏହାର ଆଖପାଖ ଗାଁ ମାନଙ୍କରେ ଏହି ମଦ ବେପାର ହେଉଥିବା ଜଣାଯାଇଛି । ଓଷକଣା ପଂଚାୟତର ୩ଟି ସ୍ଥାନରେ ହେଉଥିବା ବେଳେ, ତେଂଟୋଇ, କୋରୁଅ,ଗାରୋଇ, ସାରେଇକୁଅ ଆଦି ସ୍ଥାନରେ ମଧ୍ୟ ବିକ୍ରୟ ହେଉଥିବା ଦେଖିବାକୁ ମିଳୁଛି । ଏଠାରେ ଉଲ୍ଲେଖ ଥାଉ ଏହି ସବୁ ଚୋରା ମଦ ବ୍ୟବସାହୀଙ୍କୁ ଏକ କଳା କାଚ ଥିବା ଧଳା ରଂଗର ବୋଲେର ଗାଡିରେ କଂଟୁଣିଆହାଟ ଆଡୁ ଆସି ସେମାନଙ୍କ ଘରେ ପହଁଚାଇ ଦେଉଥିବା ଦେଖୁବାକୁ ମିଳୁଛି । ଏ ସଂର୍ପକରେ ଜଗତସିଂହପୁର ଅବକାରୀ ବିଭାଗର ଅଧୀକ୍ଷକ ରତିକାନ୍ତ ପଣ୍ଡାଙ୍କୁ ପଚାରିବାରୁ ସେ ଏହି ବିଷୟକୁ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ ।