ଚୋରା ଲୁହାପଥର ସ୍କ୍ରାପ୍ ବୋଝେଇ ବେଳେ ପିକଅପ ଭ୍ୟାନ୍ ଜବତ କଲା ପୋଲିସ
ଯୋଡ଼ା, କେନ୍ଦୁଝର ଜିଲା ଯୋଡା ସହରର ଆଇଡିବିଆଇ ବ୍ୟାଙ୍କ ନିକଟରେ ଚୋରା ଲୁହାପଥର ସ୍କ୍ରାପ୍ ବୋଝେଇ ହୋଇଥିବା ଏକ ପିକଅପ ଭ୍ୟାନ୍ କୁ ପୋଲିସ ଜବତ କରିଛି । ଯୋଡା ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଶୁକ୍ରବାର ରାତି ୮.୩୦ ମିନିଟ ସମୟରେ ଯୋଡା –ବାମେବାରୀ ରାଜ୍ୟ ରାଜପଥର ପାଶ୍ୱର୍ରେ ଥିବା ଆଇଡିବିଆଇ ବ୍ୟାଙ୍କ ନିକଟରେ ଏକ ପିକଅପ ଭ୍ୟାନ୍ ନଂ ଓଆର୦୯ବି ୯୦୬୧ ଚୋରା ଲୁହାପଥର ସ୍କ୍ରାପ ବୋଝେଇ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବରପାଇ ଯୋଡା ଥାନା ସବଇନ୍ସପେକ୍ଟର ବିଶ୍ୱଜିତ ବେହେରା ଓ ସୁନିଲ ସୋରେନ୍ ଚଢାଉ କରି ଚୋରା ଲୁହାପଥର ସ୍କ୍ରାପ ବୋଝେଇ ପିକ୍ ଅପ ଭ୍ୟାନ୍ କୁ ଜବତ କରିଥିଲେ । ଏହି କାରବାରର ମୁଖ୍ୟ ଅଭିଯୁକ୍ତ ଜିତୁ ଓରଫ ରାମପ୍ରିୟ ଜୟଶ୍ୱାଲ ଫେରାର ଥିବା ପୋଲିସ ସୂଚନା ଦେଇଛି । ଏନେଇ ଯୋଡା ଥାନାରେ କେଶ ନଂ ୧୫୯/୨୦୧୯ ଦଫା ୩୭୯, ୪୧୧ ରୁଜୁ ହୋଇଥିବା ପୋଲିସ ପ୍ରକାଶ କରିଛି ।