ଚୋରା ଶାଳକାଠ ବୋଝେଇ ଅଟୋ ଜବତ

ଯୋଡା,(ସମିର କୁମାର ଦାସ): ଚମ୍ପୁଆ ରେଞ୍ଜ ବାମେବାରୀ ଫରେଷ୍ଟ ଅନ୍ତର୍ଗତ ବଳଦା ଗ୍ରାମ୍ୟ ଜଙ୍ଗଲ ରାସ୍ତାରେ ଚୋରା ଶାଳକାଠ ବୋଝେଇ ଅଟୋକୁ ବନ ବିଭାଗ ଜବତ କରିିଛି । ବାମେବାରୀ ଫରେଷ୍ଟର ଜ୍ୟେତିନ୍ଦ୍ର କୁମାର ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ବନ ବିଭାଗର ସ୍କ୍ୱାର୍ଡ ପେଟ୍ରୋଲିଂ କରୁଥିବା ବେଳେ ବଳଦା ଗ୍ରାମ୍ୟ ଜଙ୍ଗଲ ରାସ୍ତାଦେଇ ଶାଳକାଠ ବୋଝେଇ କରି ଚୋରା ଚାଲାଣ କରୁଥିବାବେଳେ ଅଟୋକୁ ଅଟକାଇ ଥିଲା । ଏହି ସମୟରେ ଅଟୋର ଡ୍ରାଇଭର ଅଟୋ ଛାଡି ଦୌଡି ପଳାଇ ଯାଇଥିଲା । ବନ ବିଭାଗ ଚୋରା ଶାଳକାଠ ବୋଝେଇ ଅଟୋକୁ ଜବତ କରିଥିବା ଫରେଷ୍ଟର ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ