ଚୋରିକରୁଥିବା ସମୟରେ ଉଠିଲେ ଗ୍ରାମବସି
ଗଞ୍ଜାମ:ଗଞ୍ଜମ ବ୍ଲକ ଅନ୍ତର୍ଗତ ପାଲଙ୍ଗ ପଂଚୟତ ର କନଖାଇ ଗ୍ରାମର ସୁଧିର ପ୍ରଧାନ ଙ୍କ ଘରେ ଚୋରିକରୁ ଫେରୁଥିବା ବେଳେ ଗ୍ରାମବସି ଉଠିପଡିବାରୁ ଜୀବନ ବଞ୍ଚାଇବା କୁ ଯାଇ ଦୌଡ଼ିପଳାଉଥିବା ବେଳେ ବାରାହା ମାରିବା ପାଇଁ ବିଛା ଯାଇଥିବା କରେଣ୍ଟ ତାରରେ ପଡି ଚୋରର ମୃତ୍ୟୁ ହୋଇଥିବା ପାରିପାର୍ସୀକ ଦୃଷ୍ଟି ରୁ ଓ ସାଧାରଣ ରେ ଆଲୋଚନା ହେଉଥିବା ବେଳେ , ଅନ୍ୟ ପଟେ ମୃତକ ର ସ୍ତ୍ରୀ ତାକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ।ଖବର ନେବାରେ ରମ୍ଭା ଥାନ ଅନ୍ତର୍ଗତ କାନଖାଇ ଗ୍ରାମର ସୁଧୀର ପ୍ରଧାନ ଘରେ ସମସ୍ତେ ସୋଇଥିବା ବେଳେ ଚୋର ମାନେ ତାଙ୍କର ବାରିପଟ କବାଟ ଭାଙ୍ଗି ତାଙ୍କ ଝିଅ ସୋଇଥିବା ରୁମରେ ପଶି ତାଙ୍କର ବେକରୁ ସୋରିସିଆମାଳି ସୁନା ଚେନ ଓ ରୁପା ଚେନ ଝିକି ନେଇଯାଇ ଦୌଡ଼ି ପଳାଉଥିବା ବେଳେ ସେ ପାଟି କରିଥିଲେ । ଯାହା ଫଳରେ ତାଙ୍କର ଘର ଲୋକେ ଓ ସାଇ ପଡିଶା ମଧ୍ୟ ଉଠିପଡିଥିଲେ । ଏହି ସମୟରେ ତିନି ଜଣ ଦୌଡ଼ି ପଳାଇବା ଦେଖି ଲୋକ ମାନେ ଗୋଡ଼ାଇଥିଲେ ମଧ୍ୟ ସେମାଙ୍କୁ ଧରିପାରିନଥିଲେ । ପରେ ଚେନ ସହ ସୁଧିର ଙ୍କ ବାପା ଙ୍କ ଚେଲୁମ, ଟର୍ଚ୍ଚ ଲାଇଟ , ଓ ପଡିସା ଘରେ ରହୁଥିବା ଦାଦା ସହଦେଵ ପ୍ରଧାନ ଙ୍କ ଘରୁ କାତି ଓ ଟଙ୍କା ଥିବା ପର୍ସ ଚୋରି ଯାଇଥବା ଜଣାପଡିଥିଲା । ଏନେଇ ସକାଳେ ପୋଲିସ କୁ ଖବର ଦେବାରୁ ରମ୍ଭା ପୋଲିସ , ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଚୋରିଯାଇଥିବା ଘରର କିଛି ଦୂରରୁ ତିନି ହଲ ଚପଲ, ଓ ଗନ୍ତା ପଡିଥିବା ବେଳେ, କିଛି ଦୂରରେ ଥିବା ମାଗୁଣି ପଲେଇ ଗୌଡ଼ ଙ୍କର ଵିଲ ପାଖରେ ଚୋରି ଯାଇଥିବା ଚେଲୁମ ପଡିଥିଲା । ସେଠାରେ ରାତିରେ ବିଲରେ ପାଣି ମାଡୁଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ ଙ୍କ କହିବା ଅନୁସାରେ ଜୈଇନିକ ଯୁବକ ଦୌଡ଼ି ପଳାଉଥିବା ସମୟରେ ବାରହ ମାରିବା ପାଇଁ ବିଛା ଯାଇଥିବାରୁ କରେଣ୍ଟ ତାରରେ ପଡିଯିବାରୁ ଜଳିଯିବା ସହ ଶବ୍ଦ ହୋଇଥିଲା । ପରେ କିଛି ଯୁବକ ସେଠାରୁ ତାକୁ ଉଠସିନେଇଥିବା କଥାବାର୍ତ୍ତା ହେଉଥିବା ଜଣାପଡିଡିଛି । ଅନ୍ୟପଟେ ଗଞ୍ଜମ ବ୍ଲକ ର ସାନ ରାମଚନ୍ଦ୍ର ପୁର ପଂଚୟତର ଅହିଂଠାବଣ ଗ୍ରାମର ଏସ୍.ରମେଶ ଦାସ ଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି । ସେ ଦର୍ଶାଇଛନ୍ତି ତାଙ୍କ ସ୍ବାମୀ ଙ୍କୁ ଗତ କାଲି ସନ୍ଧ୍ୟା ରେ ପାଞ୍ଚ ଜଣ ଘରୁ ଡାକି ନେଇ ଯାଇଥିଲେ । ମଧ୍ୟ ରାତ୍ରୀ କରେଣ୍ଟ ଲାଗିଯାଇଛି କହି ଘରେ ଛାଡ଼ି ପଳାଇଥିବା ରୁ ଯୋଜନ ଭାବେ ହତ୍ୟା କରିଥିବା କହିଛନ୍ତି । ଚୋରିଯିବା, ବରାହ ମାରିବା ପାଇଁ ବିଛା ଯାଇଥିବା କରେଣ୍ଟ ଜଣେ ପୋଡ଼ିହେବା କିଛି ଲୋକ ଦେଖିଥିବା ଓ କରେଣ୍ଟ ଲାଗି ରମେଶ ର ମୃତ୍ୟୁ ହେବା ସମସ୍ତ ପାରିପାର୍ସିକ ଦୃଷ୍ଟି ରୁ ଘଟଣା କୁ ଦେଖିଲେ ଏହା ଏକ ଯୋଜନା ବଧ ଚୋରିକରିବା ରାକେଟ ବୋଲି ସ୍ୱଷ୍ଟ ବାରି ହେଉଛି ।ଏନେଇ ରମ୍ଭା ଥାନଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଙ୍କ ସହ ଯୋଗା ଯୋଗ ରମେଶ ର ମୃତ୍ୟୁ ନେଇ ତାଙ୍କ ସ୍ତ୍ରୀ ହତ୍ୟା ଅଭିଯୋଗ କରୁଥିବା ବେଳେ, ଚୋରି ଯାଇଥିବା ଘରେ ଅନୁଧ୍ୟାନ କରାଯିବ ସହ ବାରହା ମରାଯିବା ପାଇଁ ବିଛା ଯାଇଥିବା କରେଣ୍ଟ ତାର ପଡିଥିବା କହିଛନ୍ତି । ଖୁବଶୀଘ୍ର ଏହି ଘଟଣା ର ପର୍ଦାପାର୍ଶ୍ୱ ହେବ ବୋଲି କହିଛନ୍ତି । ଅନ୍ୟ ପଟେ ଉକ୍ତ ଥାନ ଇଲାକାରେ 48 ଘଣ୍ଟା ମଧ୍ୟରେ ଦୁଇଟି ହତ୍ୟା ଘଟଣା ପୋଲିସ ପାଇଁ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି


