ଚୋରି ଅଭିଯୋଗ ୪ ଗ୍ରାମର ସୁନା କାନ ଫୁଲ ସମେତ ରୂପା ସାମଗ୍ରୀ ଜବତ, ୨ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପକ୍ଷରୁ ଏକ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି. ଆଜି ଏନେଇ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପାରଳା ଆଦର୍ଶ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇ କହିଛନ୍ତିଯେ ପାରଳା ସହରର ୱାର୍ଡ ନଂ -୭ ଅନ୍ତର୍ଗତ ସାବନି ସାହିରେ ୩୨ବର୍ଷୀୟ ଏମ. ରାମ୍ୟାଙ୍କ ଘରୁ ସୁନା, ରୂପା ଚୋରି ହୋଇଥିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ. ରମ୍ୟା ଅପରାହ୍ନ ୩ ଘଟିକା ସମୟରେ ନିକଟରେ ନିର୍ମାଣ ହେଉଥିବା ତାଙ୍କ ଘରର କାର୍ଯ୍ୟ ଦେଖିବାକୁ ଯାଇଥିଲେ. ଏହି ସମୟରେ ତାଲା ପଡ଼ିଥିବା ରମ୍ୟାଙ୍କ ଘରୁ ଦୃବୁତମାନେ ତାଲା ଭାଙ୍ଗି ଘରେ ପ୍ରବେଶ କରିଥିଲେ. ଘରେ ଥିବା ଆଲମିରାରୁ ସୁନା ଓ ରୂପା ଲୁଟ କରି ଚାଲି ଯାଇଥିଲେ. ଘଟଣାର ତଦନ୍ତ କରି ପାରଳା ପୋଲିସ ଛାନଭିନ୍ ପରେ ଦୃର୍ବତ୍ତଙ୍କ ସନ୍ଧାନ ପାଇଥିଲେ. ଦୃର୍ବତ୍ତମାନେ ଆନ୍ଧ୍ର ପ୍ରଦେଶ ଶିକାକୁଲମ ଜିଲ୍ଲା ମେଳିଆପୁଟ ଥାନା ଅନ୍ତର୍ଗତ ଜଗନ୍ନାଥପୁରମ୍ ର ଚିରିଞ୍ଜିବିର ବୋଲି ଜାଣିବାକୁ ପାଇଥିଲେ. ଆଜି ପାରଳା ସହରରେ ଚିରିଞ୍ଜିବିର ବୁଲୁଥିବା ସମୟରେ ପୋଲିସ ହାତରେ ଧରା ପଡିଥିଲେ. ଅନ୍ୟ ଜଣେ ୨୭ ବଶ୍ରୀୟା ଯୁବକ ଦୃ୍ଯୋଧନଙ୍କୁ ଧରିବାରେ ସଫଳ ହୋଇଥିଲା. ଉଭୟଙ୍କ ଠାରୁ ସମସ୍ତ ଚୋରି ହୋଇଥିବା ୪ ଗ୍ରାମର ସମସ୍ତ ସୁନା କାନଫୁଲ ଓ ପୂଜା ପାଇଁ ନିର୍ମିତ ରୂପା ସାମଗ୍ରୀକୁ ଜବତ କରାଯାଇଥିଲା. ଉଭୟଙ୍କୁ କୋୖର୍ଟ ଚାଲାଣ କରାଯାଇଥିବାର ପାରଳା ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ପ୍ରକାଶ କରିଛନ୍ତି.