ଗଜପତି ଜିଲ୍ଲାପାଳଙ୍କ ଦ୍ୱାରା ଧାନମଣ୍ଡି ଉଦଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଚାଷୀ ସେମାନଙ୍କ ଉତ୍ପାଦିତ ଧାନ ସରକାରଙ୍କୁ ବିକ୍ରି କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ବିଭାଗ , ନିୟନ୍ତ୍ରିତ ବଜାର କମିଟି ଓ ଏଆରସିଏସର ମିଳିତରେ ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟିତ ହୋଇଯାଇଛି ।ଗଜପତି ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ଏବଂ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଏଥିରେ ସଭାପତିତ୍ବ କରି ଚାଷୀମାନେ ମଣ୍ଡିକୁ ସଫା , ଶୁଖିଲା , ସମରଙ୍ଗି ଏବଂ ସମ୍ ଆକାରର ଧାନ ଆଣନ୍ତୁ ଏବଂ ସରକାରୀ ଧାର୍ଯ୍ୟ ତଥା ଉଚିତ୍ ମୂଲ୍ୟ ପ୍ରାପ୍ୟ ପାଆନ୍ତୁ । ଅନ୍ୟ ପକ୍ଷରେ ମନ୍ଦିକୁ ଆସିବା ସମୟରେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ଜିଲ୍ଲା ପରିଷଦ ସଭାପତି ଶ୍ରୀ ତିରୁପତି ରାଓ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାଷୀ ମାନେ ମୁଖ୍ୟତଃ ଚାଷୀ ସେମାନଙ୍କ ଅମଳ ଧାନ ମଣ୍ଡି\’କୁ କେଉଁ ପ୍ରକାରର ଧାନ ଆଣିବେ , ସେମାନଙ୍କ ଧାନର ଉଚିତ୍ ପ୍ରାପ୍ୟ କିଭଳି ପାଇବେ , , ମଣ୍ଡି\’ରେ ଧାନ କେମିତି କ୍ରୟ କରିବେ , ସେ ସବୁ ଉପରେ କହି ଚାଷୀଙ୍କ ଧାନ ମଣ୍ଡିରେ କ୍ରୟ କରାଯିବ ତେଣୁ ଚାଷୀ ସୁରୁଖୁରୁରେ ସେମାନଙ୍କ ସରକାରୀ ନିର୍ଦ୍ଧାରିତ ଭଲ ଓ ଶୁଖିଲା ଧାନ ଦେଇ ଉଚିତ୍ ପ୍ରାପ୍ୟ ନେବାକୁ ପରାମର୍ଶ ଦେଇ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ପରିଚାଳନା ଓ ସଂଯୋଜନା କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମଣ୍ଡିରେ ଚାଷୀ ଶୁଖିଲା ଓ ନିର୍ମଳ ତଥା ଭଲ ମାନର ଧାନ ଆଣି ଦେବା ପାଇଁ ଏହି ୪ ଟି ବ୍ଲକରେ ମୋଟ ୧୪ ହଜାର ୩୦୦ ବିଭିନ୍ନ ବର୍ଗର ଚାଷୀ ଚିହ୍ନଟ ହୋଇଛନ୍ତି ।୪୫ ଟି ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କ ଧାନ , ମଣ୍ଡିରେ କିଣାଯିବ । ଏଥିପାଇଁ ଚଳିତ ଥର ୨୧ ଟି ଏସଏଚଜି: ଗ୍ରୁପ ରହିଛନ୍ତି ବୋଲି କହି ଚଳିତ ଥର ଶାନ୍ତି ଶୃଙ୍ଖଳାର ସହ ମଣ୍ଡିରେ ଧାନ କ୍ରୟ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ।ମଣ୍ଡିରେ ଧାନ ଦେବା ପାଇଁ ଚାଷୀ ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଏକ ସଚେତନତା ପ୍ରଚାର ରଥ ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର କରୁଛି ଓ ମଣ୍ଡି ସମ୍ପର୍କରେ ସଚେତନତା ପାତ୍ର ମଧ୍ୟ ବଣ୍ଟନ କରୁଛି । ଚାଷୀ ସେମାନଙ୍କ ଅମଳ ଧାନ ମଣ୍ଡିକୁ ଆଣିବା ପାଇଁ ଖରାରେ ଭଲ ଭାବେ ଶୁଖାଇ ଉଚିତ୍ ପ୍ରାପ୍ୟ ପାଇବା ଦିଗରେ ପ୍ରସ୍ତୁତ ହେଉଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚାଳ ଖମାରୀ, ଏଡିଏମ୍ ଶ୍ରୀ ପ୍ରଦୀପ ନାୟକ , ଉପଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ , ଅଗ୍ରଣୀ ଚାଷୀ ନେତା ଶ୍ରୀ ତିରୁପତି ପାଣିଗ୍ରାହୀ , କୃଷକ ସଂଘ ସଭାପତି ଶ୍ରୀ ସୂର‌୍ୟ ନାରାୟଣ ପଟ୍ଟନାୟକ ଏଆରସିଏସ: ଶ୍ରୀ ହରିହର ସେଠ , ଆରଏମସି: ସେକ୍ରେଟାରୀ ଶ୍ରୀ ଏଲ: ରଘୁବାବୁ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଲାରାଜୁ , ସାଂସଦ ପ୍ରତିନିଧି ଶ୍ରୀ ଏସ: ଲିଙ୍ଗରାଜ , ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ବିରରାଜୁ ଏସଏଆରସିଏସ: ଶ୍ରୀ ନାରାୟଣ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ବହୁ ସଖ୍ୟାରେ ଏସଏଚଜି: ସଦସ୍ୟା ଓ ଚାଷୀମାନେ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ