ଚୋରୀ ଅଟୋ ଉଦ୍ଧାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତଜି. ଉଦୟଗିରି ବଡସାହିରୁ ଦୁଇଦିନ ତଳେ ଚୋରୀ ହୋଇଥିବା ଅଟୋକୁ ଜି.ଉଦୟଗିରି ପୁଲିସ ଆଡାସିକୁମ୍ପା ନିକଟସ୍ଥ ବେଲକଟିରୁ ଉଦ୍ଧାର କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଗତ ୨୧ ତାରିଖରେ ଫୁଲବାଣୀର ସାମନ୍ତ କୁମାର ବେହେରା ନିଜ ଅଟୋ ଧରି ଜି.ଉଦୟଗିରି ବଡସାହି ସ୍ଥିତ ଭିଣୋଇ ଜିତେନ୍ଦ୍ର ବେହେରାଙ୍କ ଘରକୁ କୌଣସି କାମରେ ଆସି ଜିତେନ୍ଦ୍ରଙ୍କ ଘର ଆଗରେ ଅଟୋ ରଖି ରାତ୍ରୀ ରହଣି କରିଥିଲେ। ହେଲେ ରାତ୍ରୀ ପ୍ରାୟ ୧୨.୪୫ ସମୟରେ ସାମନ୍ତଙ୍କ ଗାଡି ସେଠୁ ଚୋରି ହୋଇଯାଇଥିବା ଜାଣିପାରିଥିଲେ। ଏହାପରେ ସ୍ଥାନୀୟ ଥାନାରେ ଚୋରୀ ହୋଇଯାଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ସାମନ୍ତଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୧୨୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଆଜି ଆଡାସିକୁମ୍ପା ସ୍ଥିତ ବେଲକଟିରୁ ଅଟୋକୁ ଉଦ୍ଧାର କରିଥିଲେ। ଉକ୍ତ ଚୋରୀରେ ସମ୍ପୃକ୍ତ ଥିବା ନେଇ ୪ ଜଣ ନାବାଳକକୁ ଗିରଫ କରାଯାଇଥିଲା। ପୁଲିସ ନିଜ ହେପାଜତରେ ସେହି ଚାରି ଜଣ ନାବାଳକକୁ ପରିବାରଙ୍କୁ ଜିମା ଦେଇଥିବା ଓ ତଦନ୍ତ ଦାୟିତ୍ୱ ଏଏସଆଇ ବୁଲୁ ବେହେରାଙ୍କୁ ଦେଇଥିବା ନେଇ ଥାନା ଅଧିକାରିଣୀ ରେବତି ଶବର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ