ଚୋରୀ ଟ୍ରକ ଉଦ୍ଧାର 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଦଧିବାବନପୁର ଛକରୁ ଗତ ୨୧ତାରିଖ ରାତିରେ ଚୋରୀ ଯାଇଥିବା ଟ୍ରକକୁ ଆନନ୍ଦପୁର ପୁଲିସ ସୋର ଅଞ୍ଚଳରୁ ଉଦ୍ଧାର କରିଥିବାବେଳେ ଏହି ଘଟଣାର ମୁଖ୍ୟ ଆସାମୀ କୁହାଯାଉଥିବା ସୋର ଥାନା ଭରଡାଗଡିଆର ତାପସ ନାୟକ ଓ ସହଯୋଗୀ ମଙ୍ଗଳପୁର ଅଞ୍ଚର ରାଜୁ ଯେନାକୁ ଅଟକ ରଖି ପଚଜରା ଉଚୁରା କରାଯାଉଥିବାବେଳେ ଗାଡି କିଣିବାକୁ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି ।  । ସେମାନଙ୍କ ନିକଟରୁ ଏକ କାର, ଏକ ବାଇକ ଓ ଅନେକ ମାରଣାସ୍ତ୍ର ଜବଦ କରାଯାଇଛି । ଖବରରୁ ଜଣାଯାଇଛି ଯେ ଆନନ୍ଦପୁରର ପ୍ରଶାନ୍ତ ସାହୁଙ୍କ ଗାଡିକୁ ଦଧିବାବନପୁର ଗ୍ରାମର ରାସ୍ତା କଡରେ ରଖାଯାଇଥିବାବେଳେ ହେଲପର ଜୀବନ ଜେନା ଏହାକୁ ଜଗି ରହିଥିଲେ । ବିଳମ୍ବିତ ରାତିରେ ୬/୭ ଜଣ ଦୁର୍ବୁତ ଏକ କାରରେ ଆସି  ହେଲପରର ଗୋଡ ହାତକୁ ବାନ୍ଧିଦେଇ ସେହି ଗାଡିରେ ପକାଇ ଯାଜପୁର ବାଟଦେଇ ଟ୍ରକକୁ ନେଇ ଯାଇଥିବାବେଳେ ବାଟରେ ହେଲପରକୁ ଫୋପାଡି ଦେଇ ପଳାଇଥିଲେ । ଏନେଇ ଗାଡି ମାଲିକ ଆନନ୍ଦପୁର ଥାନାରେ ଅଭିଯୋଗ କରିବାପରେ ପୁଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ସଦୃଶ ହୋଇଥିଲା । ଆନନ୍ଦପୁର ପୁଲିସ ଏକ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ସୋର ପୁଲିସ ସହଯୋଗରେ ଗତକାଲି ରାତିରେ ଟ୍ରକଟିକୁ ଠାବ କରିବାରେ ସକ୍ଷମ ହୋଇଥିବାବେଳେ ତିନିଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ