ଚୋରୀ ସାମଗ୍ରୀ ଉଦ୍ଧାର, ଜଣେ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ମାସ ୧୩ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଥିବା ଏକ ଓ୍ବେଲଡିଙ୍ଗ ଦୋକାନରୁ କେହି ଦୁବୃର୍ତ୍ତ ଓ୍ବେଲଡିଙ୍ଗ, ଗ୍ରାଇଣ୍ଡର ଓ ମୋଟର ସହ ଅନ୍ୟାନ୍ୟ ଉପକରଣ ଚୋରୀ କରି ଚମ୍ପଟ ମାରିଥିଲା । ଏ ନେଇ ସଂପୃକ୍ତ ଦୋକାନୀ ମାଲିକ ହିଞ୍ଜିଳିକାଟୁ ପୈାରାଞ୍ଚଳ ବଇଞ୍ଚବଣିଆ ବିଲ ସାହିର ସୁଶାନ୍ତ ଗଉଡ ଚୋରୀ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନଂ- ୩୬୫/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ସକାଳେ କୈାଣସି ସୁତ୍ରରୁ ଖବର ପାଇ ଆସିକା ଥାନା କେନ୍ଦୁପଦର ଗ୍ରାମରେ ଚଢ଼ାଉ କରି ସଂପୃକ୍ତ ଗ୍ରାମର ନିକୁଞ୍ଜ ବିଶ୍ବାଳ (୫୧) ଙ୍କୁ ଗିରଫ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୩ଟି ଚୋରୀ ବୁଫିଙ୍ଗ ମେସିନ୍ ଜବତ କରିଛି । ନିକୁଞ୍ଜ ଚୋରୀ କରିଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି । ବୁଧବାର ଦିନ ନିକୁଞ୍ଜଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।