ଚୌଦ୍ୱାର ରେ ରକ୍ତଦାନ ଶିବିର

ଚୌଦ୍ୱାର,(ଦୀପକ୍ କୁମାର ବେଉରା): କରୋନା ମହାମାରୀ ସମୟରେ ଅନେକ ଲୋକ ରକ୍ତ ଅଭାବ ର ସମ୍ମୁଖୀନ ହେଉଥିବା ରୁ ଚୌଦ୍ୱାର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କ୍ୟାଚ ଚାରିଟେବୁଲ ତରଫରୁ ଏକ ରକ୍ତଦାନ ଶିବିର ଯାତ୍ରା ପଡିଆ ନିକଟସ୍ଥ ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ଶୁଭେନ୍ଦୁ ସାମଲ, କରୁଣାକର ସାହୁ, ପ୍ରଶାନ୍ତ ବରାଳ ଓ ବିଷ୍ଣୁ ପରିଡା ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଶିବିର ଶେଷ ବେଳକୁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପହଂଚି ଟ୍ରଷ୍ଟ ର ସମସ୍ତ ସଦସ୍ୟଙ୍କୁ ଏହିପରି କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଥିଲେ । ଟ୍ରଷ୍ଟ ର ପ୍ରତିଷ୍ଠାତା ବୀଣାପାଣି ଦାସଙ୍କ ନେତୃତ୍ୱରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ