ଅସହାୟ କ୍ୟାନ୍ସର ପୀଡିତାଙ୍କୁ ପାରାଦ୍ୱୀପ ଯୁବକ ସଂଘର ସହାୟତା

ପାରାଦ୍ୱୀପ, (ପୀତବାସ ପ୍ରଧାନ):ଅସହାୟଙ୍କୁ ସର୍ବଦା ସହଯୋଗର ହାତ ବଢାଇ ଚର୍ଚ୍ଚାରେ ରହିଛି ପାରାଦ୍ୱୀପର ଅଗ୍ରଣୀ ସଂଗଠନ “ପାରାଦ୍ୱୀପ ଯୁବକ ସଂଘ” । ସଂଘ ସଦସ୍ୟ ମାନଙ୍କ ନିଷ୍ଠାପର ସେବା ସାଧାରଣରେ ଉଦାହରଣ ସୃଷ୍ଟି କରିଛି । ଏହିପରି ଏକ କ୍ରମରେ ଜଣେ ଅସହାୟ କ୍ୟାନ୍ସର ପୀଡିତା ନୂଆଗଡ ପଞ୍ଚାୟତ ଅଧିନସ୍ଥ ବାଲିଡିଆ ଗ୍ରାମର ମହିଳା ଅହଲ୍ୟା ସାମଲ(୪୮)ଙ୍କୁ ସହଯୋଗର ହାତ ବଢାଇଛି ଯୁବକ ସଂଘ । କିଛି ମାସ ତଳେ ଅହଲ୍ୟା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଧାର କରଜ କରି ୫୫ ହଜାର ଟଙ୍କା ଚିକିତ୍ସାଳୟରେ ଖର୍ଚ୍ଚ କରିସାରିଲେଣି କିନ୍ତୁ ଏ ପର୍ଯ୍ୟନ୍ତ ଏହି ରୋଗରୁ ଆରୋଗ୍ୟଲାଭ କରିପାରିନାହାନ୍ତି । ଅହଲ୍ୟାଙ୍କ ସ୍ୱାମୀ ଜଣେ ଗରିବ ଦିନ ମଜୁରିଆ ହୋଇଥିବାରୁ ଅର୍ଥାଭାବ ଯୋଗୁଁ ତାଙ୍କ ଚିକିତ୍ସାରେ ବ୍ୟାଘାତ ସୃଷ୍ଟି ହୋଇଛି । ଉଭୟ ସ୍ୱାମୀ, ସ୍ତ୍ରୀ ଓ ୪ ସନ୍ତାନଙ୍କ ସହ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି ଏହି ପରିବାର । ତେବେ ଖବର ପାଇ ସଂଗଠନର ଉପଦେଷ୍ଟା କୁମର ରାଉତଙ୍କ ତତ୍ତ୍ୱାବଧାନରେ ସଭାପତି ଇଂ ମନୋଜ କୁମାର ନାୟକ ନେତୃତ୍ୱରେ ଏକ ଟିମ୍ ରବିବାର ଦିନ ସେହି ଗ୍ରାମରେ ପହଞ୍ôଚ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ଅଭିଯାନରେ ସଂଗଠନର କୁମର ରାଉତ, ମାମିନା ମହାପାତ୍ର, ସୟଦ ଅଫଜଲ ଅଲ୍ଲି, ରଜତ ନାୟକ, ହିମାଂଶୁ ନାଥ, ଅବିନାଶ ପରିଡା, ସରୋଜ କୁମାର ଓଝା, ମାନସ ଦାସ, ତୁଷାର ମଣ୍ଡଳ, ସରୋଜ ମହାନ୍ତି, ସନ୍ତୋଷ ଦୋରା, ମାନସ ବର୍ମନ ପ୍ରମୁଖ ସହଯୋଗ କରିଥିଲେ । ତେବେ ଏହି ନିସହାୟ ପିଡିତାଙ୍କ ଚିକିତ୍ସା ନିମନ୍ତେ ବଦାନ୍ୟ ବ୍ୟକ୍ତିମାନଙ୍କୁ ସହଯୋଗର ହାତ ବଢାଇବାକୁ ସଭାପତି ଶ୍ରୀ ନାୟକ ଅନୁରୋଧ କରିବା ସହ ଇଚ୍ଛୁକ ସହାୟତାକାରି ସଂଘର କାନାରା ବ୍ୟାଙ୍କ ଆକାଉଣ୍ଟ ୧୪୩୫୧୦୧୦୧୦୪୯୫ କିମ୍ବା ଗୁଗୁଲ/ପୋନ୍ ପେ ନଂ -୭୨୦୫୪୨୪୯୬୬ ରେ ପଠାଇବକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ