ଛତ୍ରପୁରରେ କ୍ଲକ ଟାୱାର ଉଦଘାଟନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର କୁ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଏନଏସି ପକ୍ଷରୁ ବିଭିନ୍ନ ପ୍ରକାର ସୌଦର୍ଯ୍ୟ କରଣ କରାଯାଉଛି, କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗ ର ଲୋକଙ୍କ ମନ କୁ ଛୁଇଁଲା ଭଳି ବିଭିନ୍ନ କାର୍ଯ୍ୟ କରାଯାଉଛି, ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅରବିନ୍ଦସ୍କୁଲ ଛକ ନିକଟରେ ୩୫ ଫୁଟର କ୍ଲକ ଟାୱାର (ଘଣ୍ଟା ସ୍ତମ୍ଭ )ର ଶୁଭ ଉଦଘାଟନ ହୋଇଯାଇଛି, ଏହାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ଡୁଡା ପିଡି ନୀଳ ମାଧବ ଭୋଇ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି,ଏହି ଅବସର ରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଇଓ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ ଙ୍କ ସମେତ ସମସ୍ତ କାଉନ ସିଲର, ମିଶନ ଶକ୍ତି ର ସଦସ୍ୟା ଏବଂ ଏନଏସି ର କର୍ମଚାରୀ ମାନେ ଉପସ୍ଥିତ ଥିଲେ