ଛତ୍ରପୁରରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା
ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଦୀର୍ଘ୧୮ ବର୍ଷ ଧରି ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ମାର୍କେଟ କଂପେକ୍ସ ଠାରେ ମାଁ ଗଜଲକ୍ଷ୍ମୀପୂଜା ମହାଆଡମ୍ବର ପାଳନ କରିଆସୁଥିବା ବେଳେ ଆଜି ମଧ୍ୟ ଅନୁରୂପ ପବିତ୍ର କୁମାରପୂର୍ଣ୍ଣମୀ ଦିନ ଠାରୁ ମାଁଙ୍କ ପୂଜା ଆଚାର୍ଯ୍ୟ ସରୋଜ ଶତପଥୀ , ନୃସିଂହ ଚରଣ ପଣ୍ଡା ଓ ସୁମନ ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ସହର ବହୁ ମାନ୍ୟଗଣ ବ୍ୟକ୍ତି ମାନେ ଯୋଗଦେଇ ପୂଜା କମିଟି ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପୂଜା ଆଜି ଠାରୁ ନଅଦିନ ପର୍ଯ୍ୟନ୍ତ ଚାଲିବ । ଏଥିରେ ଲକ୍ଷ୍ମୀବଜାର ପୂଜା କମିଟିର ସଭାପତି ତଥା ଯୁବ ସାମ୍ବାଦିକ ବସନ୍ତ କୁମାର ମହାରଣା, ସଂପାଦକ ପ୍ରଦୀପ କୁମାର ସାହୁ,ଉପସଭାପତି ମନୋଜ କୁମାର ସାହୁ,ଆରତ ବିଶ୍ୱାଳ,ଅଶୋକ କୁମାର ବେହେରା,କୋଷାଧ୍ୟକ୍ଷ ଅତୁଲ କୁମାର ଦାସ, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ସମାଜସେବୀ କେ.ହରିନାଥ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, କେଂଚୁ ପୁରୋହିତ,ପ୍ରକାଶ ଚନ୍ଦ୍ର ପୁରୋହିତ,ସନ୍ତୋଷ ଚୈାଧୁରୀ,ବାବୁ ବେହେରା,ସୁରେନ୍ଦ୍ର ବେହେରା, ଆନ୍ତର୍ଜାତିକ ଖେଳାଳୀ ଭି.ରମେଶ ରାଓ,ସୁଶାନ୍ତ କୁମାର ବେହେରା,ମୁନା ସାମଲ,ଏସ୍ .ପ୍ରବୀଣ କୁମାର ରାଓ,ସରୋଜ କୁମାର ପାଢୀ,ପି.ରାଜ କୁମାର,ଅଖିଲ କୁମାର ପାଣିଗ୍ରାହୀ,ଲିପୁନ କୁମାର ବିଶ୍ୱାଳ, ନାରାୟଣ ମହାରଣା,କେ.କମଲାକର,ସନ୍ତୋଷ କୁମାର ସାହୁ , ନଳନୀକାନ୍ତ ନାୟକ (ପପି), ରବିନାରାୟଣ ବେହେରା (ଟିକି),ଜି.ମନୋଜ ରେଡ୍ଡୀ, କିଶୋର ମହାନ୍ତିଙ୍କ ସମେତ ଶତାଧିକ ଭକ୍ତ ମାନେ ଉପସ୍ଥିତ ଥିଲେ । ସଂନ୍ଧ୍ୟାରେ ମାଁଙ୍କ ଆଳତୀ ରେ ସହରର ୫୦୦ରୁଉଦ୍ଧ୍ୱର୍ ମହିଳା ଯୋଗଦେଇ ମାଁଙ୍କ ଆର୍ଶିବାଦ ଲାଭ କରିଥିଲେ । ଅକ୍ଟୋବର ୧୩ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପୂଜାକାର୍ଯ୍ୟ ସମାରୋହରେ ପାଳିତ ହେବ ।