କେଉଁ ଜିନିଷ କେତେ ଦିନରେ ଧୋଇବେ

ସଫାସୁତୁରା ଘର କାହାକୁ ବା ପସନ୍ଦ ନୁହେଁ! ତେଣୁ ଘରର ପ୍ରତ୍ୟେକ ଜିନିଷ ସଫା କରିବା ପାଇଁ କିଛି ସହଜ ଉପାୟ ଜାଣିବା ଦରକାର । କାରଣ ସବୁକିଛିକୁ ଗୋଟିଏ ଶୈଳୀରେ ସଫା କରାଯାଇପାରିବ ନାହିଁ । ତେଣୁ ରୋଷେଇ ଘର ତଥା ଅନ୍ୟାନ୍ୟ ଜିନିଷକୁ କିପରି ଭାବେ ପରିଷ୍କାର କରିବା ଦରକାର ତାହା ଜାଣିନିଅନ୍ତୁ ।
ରାଇସ୍ କୁକର୍‌: ଏହାକୁ ବ୍ୟବହାର କରିବାର ସାଙ୍ଗେ ସାଙ୍ଗେ ଧୋଇବା ଦରକାର । କେତେକ କୁକର୍‌ରେ ରିମୁଭେବଲ୍ ଇନର୍ ଲିଡ୍ ଥାଏ, ଯାହାକି ଭାତ ହେବା ପରେ ଦାଗକୁ ଆପେ ଆପେ ଛଡ଼ାଇଦିଏ ।
କଟିଂ ବୋର୍ଡ଼: କଟିଂ ବୋର୍ଡ଼ ଯେତେ ଥର ବ୍ୟବହାର କରୁଛନ୍ତି ସେତିକି ଥର ହିଁ ଧୋଇବା ଉଚିତ୍ । ଡିସ୍ ୱାଶର୍ ନଥିଲେ ପାଣି ଧାରରେ ରଖି ସାବୁନ୍ ଓ ସ୍କ୍ରବ୍‌ରେ ସଫା କରନ୍ତୁ । ଯଦି କାଠ ବୋର୍ଡ଼ ତେବେ ୨୫ ଭାଗ ଭିନେଗାର ଓ ୭୫ ଭାଗ ପାଣି ମିଶାଇ ସଫା କରାଯାଇପାରେ ।
ହ୍ୟୁମିଡିଫାୟର୍‌: ଦୁଇ ଦିନରେ ଥରେ ଏହା ସଫା କରନ୍ତୁ । କୁଲ୍ ମିଷ୍ଟ୍ ହ୍ୟୁମିଡିଫାୟର୍ ହୋଇଥିଲେ ପାଣିର ଷ୍ଟୋରେଜ୍ ସ୍ପେସ୍‌କୁ ତିନି ଦିନ ଅନ୍ତରରେ ଥରେ ସଫା କରିବା ଦରକାର । ପାଣି ବଦଳରେ ଭିନେଗାର ପକାଇପାରିବେ । ଏହାର ବତୀକୁ ସଫା କରିବା ପାଇଁ ଥଣ୍ଡା ପାଣିରେ ୨୦ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ତେବେ ବ୍ୟବହାର କରିବା ପୂର୍ବରୁ ଶୁଖାଇବେ ନିଶ୍ଚୟ । ୬ ମାସରେ ଥରେ ବତୀ ବଦଳାଇବେ ।
ମାଇକ୍ରୋୱେଭ୍‌: ସପ୍ତାହକୁ ଥରେ ଏହାକୁ ସଫା କରିବା ଦରକାର । ଏଥିରେ ଥିବା ଖାଦ୍ୟର ଛୋଟ ଖଣ୍ଡ ଓଭର୍‌ହିଟିଂ ଏବଂ ଅନ୍ୟାନ୍ୟ କ୍ଷତି କରାଏ । ଏହାର ପାତ୍ରରେ ପାଣି ଭର୍ତ୍ତି କରି ଉଚ୍ଚ ତାପମାତ୍ରାରେ ମାଇକ୍ରୋୱେଭ୍ କରନ୍ତୁ । ଏହାଦ୍ୱାରା ଏହାର ଆଖପାଖର ଚିକ୍କଣ ବାହାରିଯାଏ । ଏହାପରେ ଶୁଖିଲା କପଡ଼ାରେ ପୋଛନ୍ତୁ ।
କଫି ମେକର୍‌: ମାସକୁ ଅତ୍ୟନ୍ତ ଥରେ କଫି ମେକର୍ ସଫା କରନ୍ତୁ । ଯଦି ନିୟମିତ ଭାବେ କଫି ମେକର୍ ସଫା କରିପାରୁନାହାଁନ୍ତି ତେବେ ପ୍ରତ୍ୟେକ ଥର କଫି ବ୍ୟକ୍ତିଗତ ଇନ୍‌ଷ୍ଟା ଆକାଉଣ୍ଟ୍ ଅଛି । ଲୋକମାନେ ତାକୁ ଖୁବ୍ ପସନ୍ଦ କରୁଛନ୍ତି ବୋଲି ତା’ର ମାଲିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ