ମାଠିଆରୁ ମିଳିଲା ଜୀବନ୍ତ ନବଜାତ ଶିଶୁ

କଥାରେ ଅଛି “ଯାହାକୁ ରଖିବ ଅନନ୍ତ କି କରିପାରେ ବଳବନ୍ତ’ । ଏହି ଉକ୍ତିର ଆଉ ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି । ବରେଲିରେ ଜଣେ ବ୍ୟକ୍ତି ନିଜ ମୃତ ଶିଶୁକୁ ପୋତିବାକୁ ନେଉଥିବା ସମୟରେ ସେହି ଗାତରେ ଥିବା ଏକ ମାଠିଆ ଭିତରୁ ଆଉ ଏକ ନବଜାତ ଶିଶୁକୁ ଜୀବନ୍ତ ଅବସ୍ଥାରେ ପାଇ ସେ ପୂରା ସ୍ତବ୍ଧ ହୋଇଯାଇଥିଲେ ।
ସିବିଗଞ୍ଜରେ ରହୁଥିବା ହିତେଶ କୁମାରଙ୍କ ପତ୍ନୀ ବୈଶାଳୀ ଅନ୍ତସତ୍ତ୍ୱା ଥିଲେ । ବୈଶାଳୀ କିଛି ଦିନ ତଳେ ଏକ ଅପରିପକ୍ୱ ଶିଶୁକୁ ଜନ୍ମ ଦେଇଥିଲେ । ଜନ୍ମଦେବାର କିଛି ସମୟ ପରେ ଉକ୍ତ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ପରିବାରବର୍ଗ ମୃତ ଶିଶୁକୁ ଗାତ ଖୋଳି ପୋତିବାକୁ ଶ୍ମଶାନ ନେଇଥିଲେ । ଗାତ ଖୋଳୁଥିବା ସମୟରେ ତିନିଫୁଟ ଗାତ ଭିତରେ ଏକ ମାଠିଆ ଥିବା ଦେଖିବାକୁ ପାଇଥିଲେ । କେବଳ ଏତିକି ନୁହେଁ, ଏହି ମାଠିଆ ଭିତରେ ଏକ ଜୀବନ୍ତ ନବଜାତ ଶିଶୁ ଥିବା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ଏହି ଘଟଣା ସମ୍ପର୍କରେ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । ହସ୍ପିଟାଲ୍ ଷ୍ଟାଫ୍ ଶିଶୁର ନାମ “ସୀତା’ ରଖିଛନ୍ତି । ଶିଶୁକୁ ଏଭଳି କିଏ ପୋତିଥିଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ଶିଶୁର ପିତାମାତାଙ୍କୁ ବି ଖୋଜାଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ