ଛତ୍ରପୁରର ହକି ଷ୍ଟାଡିୟମ ସମେତ ବିଭିନ୍ନ ପାର୍କକୁ ଅଚାନକ କୁ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ପୁତି ଗୋପାଳପୁର ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଚାନକ ପରିଦର୍ଶନ କରି ସେଠାରେ କରାଯାଇଥିବା ବିଭିନ୍ନ ଉନ୍ନତିମୂଳଖ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପରେ ଜିଲ୍ଲାପାଳ ଶ୍ରୀ ପରିଡା ଛତ୍ରପୁର ର ନିର୍ମାଣାଧିନ ସ୍ମାର୍ଟ ପାର୍କ, ହକି ଷ୍ଟାଡିୟମ ଓ ପିଲିବନ୍ଧ ପାର୍କ ର ଆଲୋକ ବ୍ୟବସ୍ଥା, ସାନିଟାଇଜେସନ୍ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ଏହି ସମୀକ୍ଷା ବେଳେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ, ଏନଏସି ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀଙ୍କ ସମେତ ବହୁ ଏନଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ