ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ମାସିକ ବୌଠକ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଏକ ମାସିକ କାର୍ଯ୍ୟକାରୀଣି ବୌଠକ ସଂଘ ର ସଭାପତି ତଥା ପୂର୍ଵତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ହକରସ୍ ମାନଙ୍କ ପାଇଁ ସରକାରଙ୍କ ହୋଇଥିବା ବିଭିନ୍ନ ଯୋଜନାର କିଭଳି ଲାଭବାନ ହୋଇପାରିବେ ଏବଂ ଲୋନ କିଭଳି ପାଇପାରିବେ ସେଥିନିମନ୍ତେ ସଭାପତି ଶ୍ରୀ ରେଡ୍ଡୀ ଆଲୋକପାତ କରିଥିଲେ l ସଂଘ ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଛତ୍ରପୁର ସହରର ସମସ୍ତ ପନିପରିବା ବ୍ଯବସାୟୀ ବିକ୍ରି ବନ୍ଦ ରହିଥିଲା । ଏହି ବୈଠକ ରେ ଉଠାଦୋକାନୀ ସଂଘ ର ଉପ-ସଭାପତି ଇଜୁ ଅମିନ ଖାନ, ସାଧାରଣ ସଂପାଦକ ଲାଛନା ରାଓ , ସହ ସଂପାଦକ ଖଗେଶ୍ବର ବେହେରା, କୋଷାଧ୍ୟକ୍ଷ ପ୍ରତାପ ରେଡି, ବରିଷ୍ଠ ସିପିଆଇ ନେତା ଏସ୍. କ୍ରୀଷ୍ଣା ରେଡି ଓ ପ୍ରଫୁଲ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।