ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଗୁରୁତ୍ୱ ପୂର୍ଣ୍ଣ  ବୌଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଆଜି ବିରେଶ୍ୱର ମନ୍ଦିର ପରିସରରେ ସଂଘର ଉପ-ସଭାପତି ଇଜୁ ଅମିନ ଖାନଙ୍କ ସଭାପତିତ୍ବରେ ଏକ ଗୁରୁତ୍ୱପୂର୍ଣ୍ଣ ବୌଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୌଠକରେ ସଂଘର ସଦସ୍ୟ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହେବା ସହ ଆଗାମୀ ଦିନରେ କିଭଳି ସଂଗଠନିକ ପ୍ରକ୍ରିୟାକୁ ମଜବୁତ କରାଯାଇପାରିବ , ପ୍ରତ୍ୟେକ ସଦସ୍ୟଙ୍କୁ ଆଇକାର୍ଡ ମଧ୍ୟ ସଂଘ ପକ୍ଷରୁ ଦେବାକୁ ନେଇ ଆଲୋଚନା ହୋଇଛି । ଏବଂ ଛତ୍ରପୁରରେ ସ୍ଥାୟୀ ବେଣ୍ଡିଙ୍ଗ ଜୋନ ନଥିବା ଲାଗି ରାସ୍ତା କଢରେ ବିକିବା ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି,  ଠିକ ସମୟରେ ଓଳିଆ ଆବର୍ଜନା ନଉଠାଇବା ଦ୍ବାରା ମାର୍କେଟ ଅପରିଷ୍କାର ହେଉଛି ଏଭଳି ବିଭିନ୍ନ ସମସ୍ୟା ନେଇ ଆଗାମୀ ଦିନରେ ଏନ୍ଏସି ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯାଇପାରିବ ସେ ସମସ୍ତ ଦିଗରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ସଂଘ ସଂପାଦକ ଏମ୍. ଲାଛନା ରେଡି, ସହ ସଂପାଦକ ଖଗେଶ୍ୱର ବେହେରା , କୋଷାଧ୍ୟକ୍ଷ ଆର୍. ନାଗାରେଡି , ଧରଣିଧର ବେହେରା , ରାଜୁ ରେଡି, ରିନା ପଣ୍ଡା,  କୁନି ପଣ୍ଡା, ଏମ୍ . ବୁଡୁ ରେଡି, ଟି. ସନ୍ତୋଷ ରେଡି,ଡି. ବାବୁରାଓ , ତୁଳସାମ୍ମା ଓ ଜାନାଆମ୍ମା ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ