ଛତ୍ରପୁର ଏସଡିପିଓ ଭାବେ ଗୌରହରି ସାହୁ ଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏସଡିପିଓ ଭାବେ ଗୌରହରି ସାହୁ ରବିବାର ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କୋରାପୁଟ ଜିଲ୍ଲାର ଦାମନଯୋଡି ଥାନା ଅଧିକାରୀ ଭାବେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିବା ବେଳେ ତାଙ୍କର ପଦୋନ୍ନୀତ ହୋଇ ଛତ୍ରପୁର ଏସ୍ଡ଼ିପିଓ ହେବାରୁ ସେ ଆଜି ନିଜ କାର୍ଯ୍ୟ ରେ ଯୋଗ ଦେଇଛନ୍ତି l ତାଙ୍କୁ ଉପଖଣ୍ଡସ୍ତର ଥାନା ଅଧିକାରୀ ଓ କର୍ମଚାରୀ ମାନେ ଫୁଲତୋଡା ଦେଇ ସ୍ବାଗତ ଜଣାଇଛନ୍ତି।ଛତ୍ରପୁର ଉପଖଣ୍ଡ ସ୍ତରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଧ୍ୟାନ ଦେବା ସହ ଅପରାଧ ମୁକ୍ତ କରିବାକୁ ଫୋକସ କରିବେ ବୋଲି ଶ୍ରୀ ସାହୁ କହିଥିଲେ । ଏହାସହିତ ଗଞ୍ଜାମ ଏସପି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବେ ବୋଲି ସେ କହିଛନ୍ତି।ପୂର୍ବରୁ ଛତ୍ରପୁର ଏସଡିପିଓ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ଗୌତମ କିଷାନ ଙ୍କ ଭୁବନେଶ୍ୱର କମିସନରେଟ ପୋଲିସ କୁ ବଦଳି ହୋଇଯାଇଛି


