ଛତ୍ରପୁର ଓ ଆଖ ପାଖ ଅଂଚଳ ରେ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଆ ନବବର୍ଷ ଆରମ୍ଭ ବିଷୁବ ସଂକ୍ରାନ୍ତି ଅବସରରେ ଛତ୍ରପୁର ଏବଂ ଆଖପାଖ ଅଞ୍ଚଳରେ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ମହାସମାରୋହରେ ପାଳନ ହୋଇଛି । ପୋଡପଦର ପଞ୍ଚାୟତ ଅନ୍ତର୍ଗତ କୁମାର ବେଗପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା, ହୋମଯଜ୍ଞ ଏବଂ ପୂଜା ଅର୍ଚନା କରିବା ସହ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏହି ଅବସରରେ ଛତ୍ରପୁର ସହର ସମେତ ଏହାର ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିଲା । ମହାବୀରଙ୍କ ଦର୍ଶନ କରିବା ସହ ହନୁମାନ ଚାଳିଶାରେ ଭାଗ ନେଇଥିଲେ । ମଧ୍ୟାହ୍ନରେ ଅନ୍ନ ପ୍ରସାଦ ପରେ ସନ୍ଧ୍ୟାରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜକୁ ପ୍ରାୟ ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳର ଭକ୍ତମାନେ ଏଭଳି ହନୁମାନଙ୍କ ଜୟନ୍ତୀକୁ ମହା ଆଡମ୍ବରେ ପାଳନ କରି ଆସୁଛନ୍ତି । ସେହପରି ଛତ୍ରପୁର ବଡ଼ରେଡ୍ଡି ସାହି ଛକ ଠାରେ ଥିବା ଶ୍ରୀ ହନୁମାନ ବିଗ୍ରହଙ୍କ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ହନୁମାନଙ୍କ ଅନ୍ନ ଭୋଗ ଅନୁଷ୍ଠିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ । ଏଥିରେ ଛତ୍ରପୁର ଏନଏସିର ଉପାଧ୍ୟକ୍ଷା ଜି. ପାପା ରାଓଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ପୁତି ଗୋପାଳପୁର ଗ୍ରାମ ନିକଟରେ ଥିବା ହନୁମାନ ବିଗ୍ରହ ମଧ୍ୟ ଆଜି ପୂଜା ପାଇଥିଲା । ଏଥିରେ ପୂର୍ବତନ କାଉନସିଲର ତଥା ବିଜେଡି ନଗର ସଭାପତି ବି. ରାଜିବାବୁ, ପୂର୍ବତନ କାଉନସିଲର ବି. ଜୟନ୍ତି ଦୋରା, କାଉନସିଲର ଟି. ଗଣେଷ ରେଡ୍ଡିଙ୍କ ସମେତ ବହୁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ହନୁମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହା ସହ ମଧ୍ୟାହ୍ନରେ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ସହରର ଜେଲ ନିକଟସ୍ଥ ହନୁମାନ ମନ୍ଦିର, ରେଳଷ୍ଟେସନ ନିକଟ ମହାବୀର ନଗର ହନୁମାନ ମନ୍ଦିର, ତାଡେପଲ୍ଲୀ ସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ଥିବା ହନୁମାନ ମନ୍ଦିର, ପିଲିବନ୍ଧ ହନୁମାନ ମନ୍ଦିର, ଗୌରୀଶଙ୍କର ମନ୍ଦିର ନିକଟସ୍ଥ ହନୁମାନ ବିଗ୍ରହ ପ୍ରତିମୂର୍ତ୍ତି, ପୋଡାପଦର ଗ୍ରାମର ହନୁମାନ ବିଗ୍ରହ, ଚିକଲଖଣ୍ଡି ଗ୍ରାମ ହନୁମାନ ବିଗ୍ରହପ୍ରତିମୂର୍ତ୍ତି ଠାରେ ଜୟନ୍ତୀକୁ ପାଳନ କରାଯାଇଛି । ଏଥିସହ ସହରର ଏବଂ ଗ୍ରାମର ବିଭିନ୍ନ ଗଳିକନ୍ଦିରେ ହନୁମାନ ଜୟନ୍ତୀ ଅବସରରେ ପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ