ଛତ୍ରପୁର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଠାରେ ଭାରତୀୟ ଯୋଗ ସଂସ୍ଥାନର ଛତ୍ରପୁର ଶାଖା ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଛତ୍ରପୁର ର ବରିଷ୍ଠ ନାଗରିକ ଏନ୍.କେ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶ୍ରୀ ରେଡ୍ଡୀ ତାଙ୍କ ଅଭିଭାଷଣରେ ସୁସ୍ଥ ଓ ନିରାମୟ ଜୀବନ ବିତାଇବା ପାଇଁ ଯୋଗର ଉପାଦେୟତା ବିଷୟରେ କହିଥିଲେ । ସଂସ୍ଥାନର କ୍ଷେତ୍ର ପ୍ରଧାନ ଅସିତ ପଟ୍ଟନାୟକ ଯୋଗ ମାଧ୍ୟମରେ ମାନବ ସମାଜର ସାମାଜିକ ଚଳଣି ତଥା ଜୀବନ ଚର୍ଯ୍ୟା ଶୃଙ୍ଖଳିତ ଓ ମାନସିକ ଶାନ୍ତି ପ୍ରଦାନ ଦାୟକ କିପରି ହୋଇପାରିଛି ତାହ ଉପରେ ଆଲୋକପାତ କରିଥିଲେ । ପରେ ସଂସ୍ଥାନର ଯୋଗ ସହପ୍ରଶିକ୍ଷକ ରଜାକ୍ ହୁସେନଙ୍କ ଦ୍ୱାରା ଯୋଗର ବିଭିନ୍ନ ଆସନ ଓ ପ୍ରଣାୟମର ମୁଦ୍ରା ଗୁଡିକ ସଂବନ୍ଧରେ ପ୍ରଶିକ୍ଷଣ ଦିଆଯିବା ସହ ଏହା ଦ୍ୱାରା ଶାରିରୀକ ଓ ମାନସିକ ସୁସ୍ଥତା ଉପରେ ବାର୍ତ୍ତା ଦିଆଯାଇଥିଲ।। କାର୍ଯ୍ୟକ୍ରମରେ କ୍ଷେତମନ୍ତ୍ରୀ ବିଜୟ କୁମାର ପାତ୍ର, ବିଶ୍ୱମ୍ବର ରଥ, ବିପ୍ର ରଥ, ଦେବାରଜ ବେହେରା,ପାଣ୍ଡବ ସାହୁ, ରବିନ୍ଦ୍ର ଦାଶ, ମିଥୁନ ସେଠୀ, ଗଣପତି ପଣ୍ଡା, ଏନ୍ ଜଗଦମ୍ବା ରେଡ୍ଡୀ, ମଂଜୁଳା ପଣ୍ଡାଙ୍କ ସମେତ ସମସ୍ତ ସ୍ଥାୟୀ ସଦସ୍ୟ ଓ ଛତ୍ରପୁର ଆଖାପାଖ ଅଂଚଳ ବରିଷ୍ଠ ନାଗରିକା ଏବଂ ଅନ୍ୟାନ୍ୟ ନାଗରିକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ