କସ୍ତୁରବା ବାଳିକା ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଆଜି ବିଶ୍ୱ ଯୋଗ ଦିବସ ଅବସରରେ ଛତ୍ରପୁର ସ୍ଥିତ କସ୍ତୁରବା ଆବାସିକ ବାଳିକା ବିଦ୍ୟାଳୟ ପରିସରରେ କ୍ରୀଡା ବାରତୀ ଆନୁକୂଲ୍ୟରେ ମହାଆଡମ୍ବର ସହକାରେ ପ୍ରଧାନଶିକ୍ଷୟତ୍ରୀ କଲ୍ୟାଣୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରୀଡା ଭାରତୀ ରାଜ୍ୟ ମହିଳା ସଦସ୍ୟା ଡ.ଅଳକା ମିଶ୍ର, ଗଂଜାମ ଜିଲ୍ଲା ଉପସଭାନେତ୍ରୀ ସୁବାସିନି ସାହୁ, କୋଷାଧ୍ୟକ୍ଷ ସୁନିତା ପାତ୍ର, ସୂବର୍ଣ୍ଣମାଳା ବିଷୋୟୀ, ଯୋଗଗୁରୁ ରାମକୃଷ୍ଣ ମହାପାତ୍ର, ଜିଲ୍ଲା କ୍ରୀଡା କମିଟି ସଦସ୍ୟ ସନ୍ତୋଷ ଗୈାଡ, ପୂରୀ ଜିଲ୍ଲା ସଭ୍ୟ ଅଜୟ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦ୍ୟାର୍ଥୀ ମାନଙ୍କୁ ଯୋଗ ଶିକ୍ଷା ଦ୍ୱାରା ମନ୍ୟୁଷ୍ୟ ଶରୀର ଓ ମନର ଭୂମିକା ଉପରେ ଗୁରୁତ୍ୱରୋପ କରିଥିଲେ ।


