ଛତ୍ରପୁର ଠାରେ ଜିଲା ସ୍ତରୀୟ ଜନଜାତୀୟ ଗୈାରବ ଦିବସ ପାଳିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସାରା ଦେଶ ପାଳିତ ହେଉଛି ଜନଜାତି ଗୈାରବ ଦିବସ । ଧରତୀ ଆବା ଆଦିବାସୀଙ୍କ ଭଗବାନ ତଥା ମହାନ ଜାତୀୟତାବାଦୀ ସଂଗ୍ରାମୀ ବିର୍ସାମଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଛତ୍ରପୁର ମିନି ଷ୍ଟାଡିୟମ ପରିସରରେ ଜିଲା ସ୍ତରୀୟ ଜନଜାତୀୟ ଗୈାରବ ଦିବସ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଧକ୍ଷ୍ୟତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ବିପ୍ଳଵୀ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀଙ୍କ ଜନନାୟକ ବିର୍ସାମଣ୍ଡାଙ୍କ ଜୀବନୀ ଓ ସେ କରିଥିବା ଆଦିବାସୀ ମାନଙ୍କ ପାଇଁ ସଙ୍ଘର୍ଷ ଓ ଲଢେଇ ଉପରେ ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଆସିକା ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ, କବିସୂଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ଏହି ଦିବସର ତାପଯ୍ୟ ଉପରେ ଆଲୋକପାତ କରିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିସି ମାଧ୍ୟମରେ ଲୋକାର୍ପିତ ଯୋଜନା ମାନ ପ୍ରଦର୍ଶନ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ଜମି ପଟ୍ଟା, ଅନ୍ୟାନ୍ୟ ସାର୍ଟିଫିକେଟ, କୃଷି ମିନି କିଟ ବଣ୍ଟନ କରାଗଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ୍ୟରେ ଜିଲ୍ଲା ପରିଷଦ ସିଡିଓ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ମଙ୍ଗଳ ଅଧିକାରୀ ସୁରେଶ ଜିତ ବାବୁ ଙ୍କ ସମେତ ଜନସାଧାରଣ ମାନେ ପ୍ରମୁଖ ଉପସ୍ଥିତ ଥିଲେ |