ଛତ୍ରପୁର ଠାରେ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ସ୍ଥାନୀୟ ତିରୁପତି ରାଓ ପେଟା ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ବିଧାୟକ ପାର୍ଥି ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଛତ୍ରପୁର ନଗର ମଣ୍ଡଳ ସଭାପତି ସଞ୍ଜୀତ୍ କୁମାର ରାଉଳ ସଭାପତିତ୍ବ କରିଥିଲେ । ଲଦାଖ ର ଗଲୱାନ୍ ଘାଟି ରେ ଦେଶର ୨୦ ଜଣ ବୀର ଯବାନ ସହିଦ ଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ପୂର୍ବତନ ଛତ୍ରପୁର ନଗର ସଭାପତି ପ୍ରଦୀପ କୁମାର ପାଢ଼ୀ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଉପରେ ବ୍ୟକ୍ତ ରଖିଥିଲେ । ଏଥିରେ ସାଧାରଣ ସମ୍ପାଦକ ଡି ସୁରେଶ ରେଡ୍ଡୀ ଓ ଅମରେଶ କୁମାର ମହାରଣା , ପୂର୍ବତନ ଉପ ନଗରପାଳ ବସନ୍ତ କୁମାର ବେହେରା , ଉମା ଶଙ୍କର ମହାନ୍ତି , ଜି ମନୋଜ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ