ଛତ୍ରପୁର ଠାରେ ପାଣିପାଗ ଓ ତାପମାତ୍ରା ଆଦ୍ରତ ମାପିବା ଯନ୍ତ୍ର ସ୍ଥାପିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ପ୍ରକରଣ ହେଉଥିବା ପାଣିପାଗ ଓ ତାପମାତ୍ରାର ଆଦ୍ରତ ମାପିବା ଯନ୍ତ୍ର ଗୁରୁବାର ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିସରରେ ସ୍ଥାପିତ କରାଯାଇଛି । ଗଂଜାମ ଜିଲ୍ଲାର ପାଣିପାଗ ଓ ତାପମାତ୍ରାକୁ ଆକଳନ କରିବା ପାଇଁ ସମସ୍ତ ଦିଗ ଓ କ୍ଷେତ୍ରକୁ ଅନୁଧ୍ୟନ କରି ତହସିଲ କାର୍ଯ୍ୟାଳୟ ପରିସରର ସ୍ଥାନକୁ ନିରୂପଣ କରାଯାଇଥିଲା । ଆଜି ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ନରେନ୍ଦ୍ର କୁମାର ସାହୁ ଓ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ବିଭାଗୀୟ ଅଧିକାରୀ ଭରତ ଚନ୍ଦ୍ର ବେହେରା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଥାଟୋଇ, ଓସଡୋମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା, ଜରୁରୀ କାଳୀନ ବିଭାଗୀୟ ଅଧିକାରୀ ତାରିଣୀ ଚରଣ ସାହୁ, ବରିଷ୍ଠ ରାଜସ୍ୱ ସହାୟକ ରାଜେଶ ମହାପାତ୍ର, କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ଦାଶ, ଛତ୍ରପୁର ତହସିଲ କାର୍ଯ୍ୟାଳୟର ବିଭାଗୀୟ ଅଫିସର ସୁବାସ ସେଠୀ, ସୋମନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ତହସିଲ କାର୍ଯ୍ୟାଳୟ ପରିସରରେ ଏହି ଯନ୍ତ୍ରକୁ ସ୍ଥାପନ କରିଥିଲେ । ଏହି ଯନ୍ତ୍ର ଜରିଆରେ ସାଧାରଣ ଭାବରେ ଗଂଜାମ ଜିଲ୍ଲାର ପାଣିପାଗ ଓ ତାପମାତ୍ରାକୁ ପ୍ରତ୍ୟହ ସମୟରେ ଅକଳନ କରାଯାଇ ପାରିବ । ଦୈନିକ ସାଢେ ୮ ଟା ଏବଂ ସନ୍ଧ୍ୟା ସାଢେ ୫ ଟାର ପାଣିପାଗ ଓ ତାପମାତ୍ରାର ରିପୋର୍ଟକୁ ରାଜ୍ୟକୁ ମୋବାଇଲ ମେସଜ୍ କିମ୍ବା ଇ-ମେଲ୍ ଦ୍ୱାରା ପଠାଯିବାକୁ ନିର୍ଦ୍ଦେଶ ରହିଛି । ପାଇଲଟ୍ ପ୍ରକ୍ରିୟା ଭାବେ ରାଜ୍ୟର ନୟାଗଡ, ଗଂଜାମ, ବୌଦ୍ଧ, ଗଜପତି ଓ ରାୟଗଡା ପ୍ରମୁଖ ୫ ଟି ଜିଲ୍ଲାରେ ଏହି ଯନ୍ତ୍ର ସ୍ଥାପନ ହେବ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାକୁ ପର୍ଯ୍ୟାୟ କ୍ରମେ ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।