ଛତ୍ରପୁର ଥାନା ଆମ ପୁଲିସ ସମିତିର ସଚେତନତା ବୈଠକ

ଛତ୍ରପୁର, ,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଥାନା ପରିସରରେ ଆମ ପୁଲିସ ସମିତିର ବିଶେଷ କରି ଅଞ୍ଚଳର ପେଟ୍ରୋଲ ପମ୍ପ ମାଲିକ ଏବଂ ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି । ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଏସ୍ଡିପିଓ ଉକ୍ରଳ କେଶରୀ ଦାଶ ଯୋଗଦେଇ ପେଟ୍ରୋଲ ପମ୍ପ କିମ୍ବା ଫାଇନାନ୍ସ କମ୍ପାନୀ ଗୁଡିକ ବିଭିନ୍ନ ଲୁଟ୍ ଏବଂ ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖିପାରିବେ ତାହା ଉପରେ ବିସ୍ୃତ ଭାବେ ସଚେତନତା କରିଥିଲେ । ପେଟ୍ରୋଲ ପମ୍ପ ହେଉ କିମ୍ବା ଫାଇନାନ୍ସ କମ୍ପାନୀ ସମସ୍ତେ ସିସିଟିଭିକୁ ବ୍ୟବହାର କରିବାକୁ ନିହାତି ଆବଶ୍ୟକ । କୌଣସି ଅଘଟଣ ଘଟିବ ତେବେ ଅପରାଧୀମାନଙ୍କୁ ଧରିବାରେ ଏହି ସିସିଟିଭି ଫୁଟେଜ୍ ସହାୟତ କରିବ । ସେହିପରି ବହୁ ପରିମାଣର ଟଙ୍କା କାରବାର ବେଳେ ଉଭୟ ପୁଲିସର ସହାୟତା ନେବେ । କମ୍ପାନୀ ଗୁଡିକରେ ଗ୍ରାହକମାନେ ଜମା କିମ୍ବା ଋଣ ନେବା ବେଳେ ଗ୍ରାହକଙ୍କ ସହ ଏକାଧିକ ଲୋକ ଆସିବା ପାଇଁ ପରାମର୍ଶ ଦିଆଯାଉ । ଯଦି ପେଟ୍ରୋଲ ପମ୍ପ କିମ୍ବା ଫାଇନାନ୍ସ କମ୍ପାନୀ ନିକଟରେ କୌଣସି ଅଜଣା ବ୍ୟକ୍ତି ବାରମ୍ବାର ଘୁରି ବୁଲୁଥିବା ନଜିର ଆସିଲେ ତୁରନ୍ତ ପୁଲିସକୁ ସୂଚନା ଦେବା ପାଇଁ ଏସ୍ଡିପିଓ ଶ୍ରୀ ଦାଶ ପେଟ୍ରୋଲ ପମ୍ପ ମାଲିକ ଓ ଫାଇନାନ୍ସ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ଭାଗ୍ୟଶ୍ରୀ ସ୍ୱାଇଁ, ଏଏସ୍ଆଇ ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ