ଛତ୍ରପୁର ଥାନା ଆମ ପୁଲିସ ସମିତି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷ ଠାରେ ଆମ ପୁଲିସ ସମିତି ବୈଠକ ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ଗୁରୁତ୍ୱା ଦିଆଯାଇଥିଲ।। ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ , ବାଇକ୍ ରେ ଦୁଇଜଣରୁ ଅଧିକ ବ୍ୟକ୍ତିବସାନ୍ତୁ ନାହିଁ, ଗାଡି ଚଳାଇବା ବେଳେ ନିଜ ନିଜର ସିଟ୍ ବେଲଟ୍ ବ୍ୟବହାର କରନ୍ତୁ , ଗାଡି ଚଳାଇବା ବେଳେ ସର୍ବଦା ହେଲମେଟ୍ ବ୍ୟବହାର କରନ୍ତୁ ସେଥି ନିମନ୍ତେ ବୈଠକରେ ଯୋଗଦେଇଥିବା ଛତ୍ରପୁର ଜାତୀୟ ରାଜପଥ କଡରେ କରିଥିବା ଗ୍ୟାରେଜ୍ ମାଲିକ ଏବଂ କର୍ମଚାରୀ ମାନଙ୍କୁ ଡକାଯାଇ ସଚେତନତା କରାଯାଇଥିଲା ଏବଂ ସେମାନେ ଗ୍ୟାରେଜ୍ କୁ ଆସୁଥିବା ବିଭିନ୍ନ ଗ୍ରାହାକ ମାନଙ୍କୁ ଏହା ସଂପର୍କରେ ସଚେତନତା କରାଇବା ଉପରେ କୁହାଯାଇଥିଲ।। ଏହାସହ ଜାତୀୟ ରାଜପଥ କଡରେ କିମ୍ବା ଜାତୀୟ ରାଜପଥ ଉପରେ ଦୁର୍ଘଟଣା ହେଲେ ବହୁବାର ରାସ୍ତା ଅବରୋଧ ହୋଇଥାଏ । ତେଣୁ ବହୁ ସମସ୍ୟାର ସମାଧାନ ହୁଏ । ତେଣୁ ଗ୍ୟାରେଜ୍ କାମକରୁଥିବା କର୍ମଚାରୀ ମାନେ ସେମାନଙ୍କ ନିକଟସ୍ଥରେ ଦୁର୍ଘଟଣା ଘଟେ ସେମାନେ ତୁରନ୍ତ ଆହାତ ମାନଙ୍କ ଉଦ୍ଧାର କରି ଚିକିତ୍ସାଳାୟ କୁ ପଠାଇଲେ ହୁଏତ ଆହାତ ମାନେ ବହୁ ଗୁରୁତର ହୋଇପାରିବ ନାହିଁ । ଜାତୀୟ ରାଜପଥରେ ଅଜଣା ଗାଡି ଦୁର୍ଘଟଣା କରି ପଳାଇଲେ ସୋଲାରିୟମ ଆକ୍ଟ ଅନୁସାରେ ସୋଲାରିୟମ ଫଣ୍ଡ ମାଧ୍ୟମରେ ଆହାତ ଏବଂ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂପର୍କୀୟ ଙ୍କୁ କ୍ଷତିପୂରଣ ମିଳିବାର ସୁବିଧା ଅଛି ବୋଲି ଉପସ୍ଥିତ ଗ୍ୟାରେଜ କର୍ମଚାରୀ ଏବଂ ସମିତିର ସଭ୍ୟ ମାନଙ୍କୁ ସଚେତନ କରାଯାଇଥିଲ।। ଏହାସହ ଆମ ପୁଲିସ ସମିତିର ବିଭିନ୍ନ କାର୍ଯ୍ୟକାରିତା ସଂପର୍କରେ ଥାନାର ସେକେଣ୍ଡ ଅଫିସର ଭାଗ୍ୟଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ ।