ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ସକ୍ରିୟ ସଦସ୍ୟ ମାନଙ୍କ ପ୍ରଶିକ୍ଷଣ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ସକ୍ରିୟ ସଦସ୍ୟ ମାନଙ୍କ ପ୍ରଶିକ୍ଷଣ ଶିବିର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ଶୁଭାରମ୍ଭ ହୋଇଛି, ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ର ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭାସାଂସଦ ମାନସ ମଙ୍ଗରାଜ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଓ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କ ରେ ଘରେ ଘରେ ପହଞ୍ଛାଇବେ ସେ ସମ୍ପର୍କ ରେ ସକ୍ରିୟ ସଦସ୍ୟ ମାନଂକୁ ଅବଗତ କରାଇଥିଲେ , ଏହି ଶିବିର ରେ ରାଜ୍ୟ ବିଜେଡି ମୁଖପାତ୍ର ଅମିତ ମଲ୍ଲିକ ଓ ଡ଼ଃ ହରିସ ଚୌଧୁରୀ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଉପସ୍ଥିତ ୧୯ ଓ ୨୦ନଂ ଜିଲ୍ଲାପରିଷଦ ଜୋନ ର ଆଗଧାଡ଼ିର ନେତୃମଣ୍ଡଳୀ ଏବଂ ସକ୍ରିୟ ସଦସ୍ୟ /ସଦସ୍ୟା ମାନଂକୁ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ, ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,୧୯ନଂ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ,20ନଂ ଜିଲ୍ଲା ପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଛତ୍ରପୁର ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ,ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ,ଚମାଖଣ୍ଡି ପଂଚାୟତ ର ଯୁବ ନେତା ଶହଦେଵ ସାହୁ, ଏନ. କାମା ରେଡ୍ଡୀ,ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ, ଅଭିରାମ ପ୍ରଧାନ, ଟିକିନା ଗୌଡ଼, ସନ୍ତୋଷ ବେହେରା, ଙ୍କ ସମେତ ଦୁଇଟି ଜୋନ ର ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ଥିଲେ