ଛତ୍ରପୁର ନିର୍ବାଚନ ମଣ୍ଡଳ ସ୍ତରୀୟ ବିଜୁ ଛାତ୍ର ଜନତା ଦଳର ବୈଠକ ; ମନୋନୀତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର (ଦେବଦତ୍ତ ମହାରଣା):ସ୍ଥାନୀୟ ଗୌରୀଶଙ୍କର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳ ସ୍ତରୀୟ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ଏକ ବୈଠକ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛତ୍ରପୁର ନିର୍ବାଚନ ମଣ୍ଡଳିର ଛାତ୍ର ଜନତା ଦଳର ମନୋନୀତ ହୋଇଥିବା ସମସ୍ତ କର୍ମକର୍ତ୍ତାଙ୍କ ସହ ଯୁବ ବିଜେଡି ର କର୍ମକର୍ତ୍ତା ଏବଂ ଜିଲ୍ଲା କର୍ମକର୍ତ୍ତା ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଲୋକ ଲୋଚନକୁ ଆଣିବା ସହିତ ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ଓ ପୌର ପରିଷଦ ନିର୍ବାଚନକୁ ଦୃଷ୍ଠିରେ ରଖି ସମସ୍ତେ ଏକତ୍ର ହୋଇ ଋଣନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଯୁବ ଛାତ୍ର ମାନେ ଆଗାମୀ ଦିନର ଭବିଷ୍ୟତ ଓ ବିଜେଡି ଦଳର ଗୋଟିଏ ଗୋଟିଏ ସୈନ୍ୟ ବୋଲି ମଧ୍ୟ ବିଧାୟକ ଶ୍ରୀ ବେହେରା କହିଥିଲେ । ସେହିପରି ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୂପ ଶ୍ରୀ ଚନ୍ଦନ ଏହି ଅବସରରେ ଆଗାମୀ ଦିନରେ ଛାତ୍ର ସଂଗଠନ କିଭଳି ମଜବୁତ ହୋଇପାରିବ ସେନେଇ ନିଜ ବକ୍ତବ୍ୟ ରଖିବା ସହ କଂଗ୍ରେସ କରୁଥିଲା ଶୋଷଣ, ବିଜେପି ଦେଉଛି ଭାଷଣ ଓ ବିଜେଡି କରୁଛି ନିର୍ମାଣ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ଗୁଡିକ ଗାଁ ଗାଁ ଓ ସାହି ସାହି ରେ କିପରି ପହଂଚିବ ସେଥି ନିମନ୍ତେ ଯୁବ ଛାତ୍ର ମାନେ ଆଗଭର ହୋଇ କାର୍ଯ୍ୟ କରିବା ଦରକାର । ଆଗାମୀ ଦିନରେ ଡିଜିଟାଲ ଲଢେଇ ହେବ ବୋଲି ମଧ୍ୟ ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଠା ରାମ ଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟ ଏମ୍ ଧନଞ୍ଜୟ ରେଡ୍ଡି, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ ଓ ଆଦିକନ୍ଦ ସେଠୀ, ଛାତ୍ର ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିମଳ କୁମାର ପଣ୍ଡା ଓ ବିଭୂତି ଭୂଷଣ ସ୍ୱାଇଁ, ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ର, ଛାତ୍ର ବିଜୁ ଜନତା ଦଳର ଛତ୍ରପୁର ବ୍ଲକ ସଭାପତି ଚିନ୍ମୟ ଦାସ, ଛାତ୍ର ବିଜୁ ଜନତା ଦଳର ଗଞ୍ଜାମ ବ୍ଲକ ସଭାପତି ଯୋଗେନ୍ଦ୍ର ରେଡ୍ଡି, ଛାତ୍ର ବିଜେଡି ଦଳର ଛତ୍ରପୁର ଏନଏସି ସଭାପତି ଶାନ୍ତନୁ ବିଶ୍ୱାଳ, ଛାତ୍ର ବିଜେଡି ଦଳର ଗଞ୍ଜାମ ଏନଏସି ସଭାପତି ରାକେଶ ଦାସ, ଛାତ୍ର ବିଜେଡି ଦଳର ରମ୍ଭା ଏନଏସି ସଭାପତି ଜିତେନ୍ଦ୍ର ନାହାକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ବିଜେଡି ଜିଲ୍ଲା ନେତା ସୁରଥ ପ୍ରଧାନ. ଶିବ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନବୀନ ବାବୁଙ୍କ ଶାସନ କାଳରେ ହେଉଥିବା ବିକାଶ ସଂପର୍କରେ ଅବଗତ କରାଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ଟଲ ମ୍ୟାନ ପୁସ୍ତକକୁ ପ୍ରଦର୍ଶିତ କରାଯିବା ସହ ଉକ୍ତ ପୁସ୍କକ ଗୁଡିକୁ କର୍ମକର୍ତ୍ତା ମାନଙ୍କୁ ବଣ୍ଟନ କରାଯାଇଥିଲା ।


