ଛତ୍ରପୁର ବିଧାନସଭାର ସମସ୍ତ ପ୍ରାର୍ଥୀଙ୍କୁ ନେଇ ପର୍ଯ୍ୟବେକ୍ଷକଙ୍କ ବୈଠକ

ଛତ୍ରପୁର(ଯୁଗାବ୍ଦ ନ୍ୟୁଜ ): ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କୈାଣସି ପ୍ରାର୍ଥୀ ପାର୍ଥୀପତ୍ର ପ୍ରତ୍ୟାହାର ନକରିବା ଯୋଗୁଁ ନିର୍ବାଚନ ମଇଦାନରେ ୮ ଜଣ ପ୍ରାର୍ଥୀ ରହିଲେ । ଫଳରେ ଉକ୍ତ ୮ଜଣ ପ୍ରାର୍ଥୀଙ୍କୁ ନେଇ ସନ୍ଧ୍ୟାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଧାରଣ ପର୍ଯ୍ୟବେକ୍ଷକ ଉତମ କୁମାର ଚକମା,ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣଂ ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ହିଜିଂଳି ବିଧାନସଭା ମଣ୍ଡଳୀର ରିଟର୍ଣ୍ଣଂ ଅଫିସର ତଥା ଛତ୍ରପୁର ଆସିଷ୍ଟାଣ୍ଡ ସବ୍ କଲେକ୍ଟର ସଚ୍ଚିଦାନନ୍ଦ ନାୟକ, ସହକାରୀ ରିଟର୍ଣ୍ଣଂ ଅଫିସର ଅବନୀ କୁମାର ସାହୁ, ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ ଦୋରା ପ୍ରମୁଖ ଉପସ୍ଥିତ ରହି ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ଆଚରଣ ବିଧି ସମ୍ପର୍କରେ ବୁଝାଇବା ସହ ପ୍ରାର୍ଥୀ ମାନଙ୍କୁ ସେମାନଙ୍କର ନିର୍ବାଚନ ସଂକେତ ପ୍ରଦାନ କରିଥିଲେ । ଆଦର୍ଶ ଆଚରଣ ବିଧି ଅନୁଯାଇ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ନିମନ୍ତେ ବ୍ୟବହାର କରୁଥିବା ଗାଡିର ବିବରଣି ପ୍ରଦାନ କରିବେ ଏବଂ ସେଥିପାଇଁ ଅନୁମତି ନେବେ । ପ୍ରଚାର ନିମନ୍ତେ ଶୋଭାଯାତ୍ରା କଲେ , ଷ୍ଟେଜ କଲେ ଏବଂ ଡାକବାଜି ଯନ୍ତ୍ର ବ୍ୟବହାର କଲେ ସେଥିପାଇଁ ଆବଶ୍ୟକ ଅନୁମତି ନେବାକୁ ପଡିବ ବୋଲି ପ୍ରାର୍ଥୀ ମାନଙ୍କୁ କହିଥିଲେ । ପ୍ରାର୍ଥୀ ମାନେ ଖୋଲିଥିବା ଜିରୋ ଏକାଉଂଟ ଖାତାରେ ଅର୍ଥ ଜମାକରି ସେଥିରୁ ହିଁ ସମସ୍ତ ଖର୍ଚ୍ଚ କରିବେ । ସମସ୍ତ ଖର୍ଚ୍ଚର ବିବରଣୀ ଦୈନିକ ସେମାନଙ୍କ ଖର୍ଚ୍ଚ ହିସାବ ଖାତାରେ ଲେଖିବେ । ଛତ୍ରପୁରରେ ୫ଟି ମଡେଲ ବୁଥ ହେବା ସହ ଛତ୍ରପୁର ଓ ଗଂଜାମ ବ୍ଲକରେ ଗୋଟିଏ ଲେଖାଏଁ ପିଙ୍କ ବୁଥ ହେବ ବୋଲି ପ୍ରାର୍ଥୀ ମାନଙ୍କୁ ସୂଚନା ଦିଆଯାଇଥିଲା । ୧୨୭ ଛତ୍ରପୁର (ସଂ)ନିର୍ବାଚନ ମଣ୍ଡଳୀର ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କୁ କ୍ରମରେ ସେମାନଙ୍କର ନିର୍ବାଚନ ସଂକେତ ପ୍ରଦାନ କରାଯାଇଥିଲା । କ୍ରମରେ ପ୍ରଥମରେ ପ୍ରଦିପ କୁମାର ସେଠୀ,ଭାରତୀୟ କମ୍ୟୁନିଷ୍ଟ ପାର୍ଟୀଙ୍କ ଧାନକେଣ୍ଡା ଓ ଦା ଚିହ୍ନ ରହିଛି । ଦ୍ୱିତୀୟରେ ପ୍ରଶାନ୍ତ କୁମାର କର,ଭାରତୀୟ ଜନତା ପାର୍ଟୀଙ୍କ ପଦ୍ମ ଚିହ୍ନରହିଥିବା ବେଳେ ତୃତୀୟରେ ରାମହରି ବେହେରା,ବହୁଜନ ସମାଜ ପାର୍ଟୀଙ୍କ ହାତୀ ଚିହ୍ନ ରହିଛି । ଚତୁର୍ଥରେ ସୁବାସ ଚନ୍ଦ୍ର ବେହେରା,ବିଜୁ ଜନତା ଦଳ ପାର୍ଟୀଙ୍କ ଶଙ୍ଖ ଚିହ୍ନ ରହିଛି । ପଂଚମରେ ନଟବର ବେହେରା ,ରାଷ୍ଟୀୟ ସ୍ୱାଧୀନ ମୋର୍ଚ୍ଚା ପାର୍ଟୀଙ୍କ ହୁଇସିଲ ଚିହ୍ନ ରହିଛି । ଷଷ୍ଠ ରେ ଚୈତନ୍ୟ ପ୍ରଧାନ (ସ୍ୱାଧୀନ)ବ୍ୟାଟସମେନ ଚିହ୍ନ, ସପ୍ତମରେ ସସ୍ମିତା କର(ସ୍ୱାଧୀନ)ସେଓ ଚିହ୍ନ ଓ ଅଷ୍ଟମ ସୁରେନ୍ଦ୍ର ବେହେରା (ସ୍ୱାଧୀନ) ହୀରା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ