ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଦାମିଆନ ନଗର ବାସିନ୍ଦାଙ୍କୁ ରାସନ ସାମଗ୍ରୀ ବଂଟନ କଲେ

ଛତ୍ରପୁର (ଓ୍ବାଇଏନ୍‌ଏସ୍‌) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମପଂଚାୟତର ଦାମିଆନ ନଗରର ୬୩ ପରିବାରଙ୍କୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ ଓ ଡେଟଲ, ସାନିଟାଇଜର ବଂଟନ କରିଥିଲେ । ବ୍ଲକ ଅଧ୍ୟକ୍ଷଙ୍କ ନିଜସ୍ୱ ପଂଚାୟତ ଅନ୍ତର୍ଗତ ଏହି ଦାମିୟାନ ନଗର ରହିଥିବାରୁ ଅଧ୍ୟକ୍ଷ ଶ୍ରୀ ରେଡ୍ଡି ଅଧିକ ଗୁରୁତ୍ୱ ଦେଇ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଥିବାରୁ ଅସହାୟ ଓ ନିରାଶ୍ରୟ ହୋଇ ଭାଙ୍ଗି ପଡ଼ିଥିବା ନଗର ବାସିନ୍ଦାମାନେ ଉପକୃତ ହୋଇଥିବା ଜଣାପଡ଼ିଛି । ଏହି ବଂଟନବେଳେ ଛତ୍ରପୁର ବ୍ଲକ ଅଧ୍ୟକ୍ଷଙ୍କ ସମେତ ଏନ.ଗିରିଧର ରାଓ, ୟୋଗେଶ୍ୱର ରାଓ ଓ ଶ୍ରୀକାନ୍ତ ସେନାପତି ପ୍ରମୁଖ  ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ