ଛତ୍ରପୁର ବ୍ଲକ ସ୍ତରୀୟ ଧାନ ସଂଗ୍ରହ ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ବ୍ଲକ ସ୍ତରୀୟ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ ସାରଦା ପ୍ରସନ୍ନ ପଣ୍ଡା ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା, ଏଆରସିସି କାର୍ଯ୍ୟାଳୟର କ୍ରିଷ୍ଣା ରାଓଙ୍କ ସମେତ ସମସ୍ତ ମିଲର , ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟା ଏବଂ ପ୍ରାଥମିକ ସେବା ସମବାୟ ସମିତିର ସମ୍ପାଦକ ମାନେ ଯୋଗଦେଇଥିଲେ । ଛତ୍ରପୁର ବ୍ଲକ ରେ ଧାନ କିଣା ଧିମେଇ ରହିଥିବାରୁ ତହସିଲଦାର ଶ୍ରୀ ମିଶ୍ର ବିରକ୍ତି ପ୍ରକାଶ କରିଥିଲେ । ଛତ୍ରପୁର ବ୍ଲକ ରେ ଧାନ ବିକିବା ନିମନ୍ତେ ଫଜିକୃତ କରିଥିବା ଯେଉଁ ଚାଷୀଙ୍କ ଟୋକେନ ଜେନେରେଟ୍ ହୋଇଛି ସେମାନଙ୍କ ତୁରନ୍ତ ଧାନ କ୍ରୟ କରିବା ନିମନ୍ତେ ବିଡିଓ ଓ ତହସିଲଦାର ଉଭୟ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ଠାରେ କୈାଣସି ଟେକନୋଲୋଜି ଅସୁବିଧା ଅଛି ତାହା ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ମଧ୍ୟ ବୈଠକରେ ଆଲୋଚନା ହୋଇଥିଲ।। ଆଗାମୀ ମାସ ବହୁତ ଗୁରୁତ୍ୱ ପୂର୍ଣ୍ଣ ଏଣୁ ସମସ୍ତ ଚାଷୀଙ୍କ ଧାନ କିପରୀ ସୁବିଧାରେ କିଣାଯିବ ସେଥି ନମନ୍ତେ ସମସ୍ତେ କାର୍ଯ୍ୟକରିବା ନିମନ୍ତେ କୁହାଯାଇଥିଲା । ଛତ୍ରପୁର ବ୍ଲକର ଚଳିତ ଖରିଫ ଋତୁ ରେ ଧାନ ବିକ୍ରି କରିବା ନିମନ୍ତେ ୬୦୦୭ଜଣ ଚାଷୀ ନାମ ପଂଜିକରଣ କରିଛନ୍ତି । ୧୪ ଟି ପ୍ରାଥମିକ ସେବା ସମବାୟ ସମିତି ଓ ୭ଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଙ୍କୁ ଧାନ କିଣିବା ନିମନ୍ତେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ୧୦ଟି ମିଲର ଧାନ ସଂଗ୍ରହ ନିମନ୍ତେ ଚୁକ୍ତିନାମା କରିଛନ୍ତି ।