ଛତ୍ରପୁର ମେଡିକାଲରେ କୋଭିଡ୍ ଟୀକାକରଣ ନିମନ୍ତେ ଡ୍ରାଏରନ

ଛତ୍ରପୁର,(ଦେବଦତ୍ତ ମହାରଣା) : ଜିଲ୍ଲାରେ କୋଭିଡ୍ ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଟୀକାକରଣ ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ ପ୍ରଦାନ କରାଯିବାକୁ ରହିଥିବା ବେଳେ ଆଜି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ କୋଭିଡ୍ ଟୀକାକରଣକୁ ନେଇ ଏକ ଡ୍ରାଏରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗ ସଂଯୋଜକ ଶକ୍ତି କୁମାର ଦିଗାଲ ଓ ଜିଲ୍ଲା ଆଶାକର୍ମୀ ସଂଯୋଜକ ଆଶିଷ କୁମାର ମିଶ୍ର ଛତ୍ରପୁର ଚିକିତ୍ସାଳୟ ର ଡ୍ରାଏରନ୍ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ପ୍ରଥମେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ପରିଚୟ ପତ୍ର ଦେଖାଇ ପଞ୍ଜୀକରଣ କରିବା ପରେ ଏହି ଟୀକା ପ୍ରଦାନ କରାଯିବ । ଟୀକାକରଣ ପରେ ଟୀକା ନେଇଥିବା ବ୍ୟକ୍ତିଙ୍କୁ କିଛି ସମୟ ନୀରିକ୍ଷଣରେ ରଖାଯିବ । ନିରୀକ୍ଷଣରେ ଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସାଳୟ ପରିସରରେ ଚିକିତ୍ସା କରିବାର ବ୍ୟବସ୍ଥା ରହିଛି ବୋଲି ଡାକ୍ତରଖାନା ମ୍ୟାନଜର ସନ୍ତୋଷ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିପିଏମ୍ ଗତିକୃଷ୍ଣ ପଣ୍ଡା, କାଉନ୍‌ସିଲର ସନ୍ତୋଷ କୁମାର ରାଜୁ, ହେଲ୍ପ ଡେସ୍କ ମ୍ୟାନେଜର ଜିତେନ୍ଦ୍ର ପ୍ରସାଦ ମହାପାତ୍ର, ସିକ୍ୟୁରିଟି ସୁପରଭାଇଜର ଡି.ନାରସୁମୁଲୁ ରେଡ୍ଡି, ସ୍ୱାସ୍ଥ୍ୟକର୍ମୀ ବନଲତା ମିଶ୍ରଙ୍କୁ ନେଇ ଏକ ୫ ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଡାକ୍ତରଖାନାର ପ୍ରାୟ ୧୦ ଜଣ କର୍ମଚାରୀ ଏହି ଡ୍ରାଏରନ୍‌ରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ