ଛାତ୍ରଛାତ୍ରୀଙ୍କ ପାଠ୍ୟ ଉପକରଣ ବଣ୍ଟନ

ହାଟଡ଼ିହି : ବ୍ଲକ ମୁଗୁପୁର ମହାଦେବ ପଡିଆ ଠାରେ ସମର୍ଥ ଫାଉଣ୍ଡେସନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବା ପାଇଁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି । ସମର୍ଥ ଫାଉଣ୍ଡେସନର ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଗୁପୁର ଉଚ୍ଚ ବିଦ୍ୟାଳୟର ପୁଜାରାଣୀ ଘଡେଇ, ବିଶ୍ୱରେଖା ସେଠୀ, ସଂଘସ୍ମିତା ଜେନା, ଲକ୍ଷ୍ମୀପ୍ରୀୟା ନାୟକ, ଦେବସ୍ମିତା ସାହୁ, ବିଶ୍ୱବନ୍ଦିତା ସାହୁ, ଶୁଭଙ୍କର ସାହୁ, ଆତିଶ କୁମାର ସାହୁ, ରଶି୍ମତା ରଣା, ମୁଗୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ଜ୍ୟୋତିର୍ମୟୀ ନାୟକ, ସୁନିତା ଦ୍ୱିବେଦୀ, ଶୁଚିସ୍ମିତା ସାହୁ, ଦିବ୍ୟାସା ସାହୁ ଓ ସୁଲଣ ଉଚ୍ଚ ବିଦ୍ୟାଳୟର ପାର୍ଥସାରଥି ସାହୁ, ରଜତ କୁମାର ପାଢ଼ୀ, ରୁଦ୍ରନାରାୟଣ ରାଉତ, ମନୋଜ କୁମାର ଜେନା, ସାଇଲକ୍ଷ୍ମୀ ଜେନା, ଲିତିମା ମଲ୍ଲିକ, ଅଭିଜିତ ସାହୁ, ମିନତୀ ସା, ପାର୍ଥସାରଥି ଧଳ, ବେଣୁଧର ବେହେରା ପ୍ରମୁଖ ୨୪ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଖାତା, କଲମ, ପେନସିଲ, ଜ୍ୟାମିତିବାକ୍ସ, ପେପର ଆଦି ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ସମର୍ଥ ଫାଉଣ୍ଡେସନର ଏହି ପ୍ରୟାସକୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀମାନେ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଉପସଭାପତି ଅଭିମନ୍ୟୁ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ସୁମନ୍ତ କୁମାର ଦାସ, କୋଷାଧ୍ୟକ୍ଷ ବିଶ୍ୱଜିତ ଦାସ, ନରେନ୍ଦ୍ର କୁମାର ନାୟକ, ପ୍ରକାଶ କୁମାର ସାହୁ, ବିନୋଦ ଦାସ, ସଞ୍ଜୟ ପଣ୍ଡା ପ୍ରମୁଖ ପରିଚାଳନା କରିଥିବାବେଳେ ସମ୍ପାଦକ ମଦନ ମାହନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ