ଛାତ୍ରଛାତ୍ରୀ ଓ ଅଭିଭାବକ ଘେରିଲେ ଗୋଷ୍ଠିଶିକ୍ଷା ଅଧିକାରୀ କାର୍ଯ୍ୟାଳୟ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଦ୍ୟାଳୟକୁ ବନ୍ଦ କରିଥିବା ପ୍ରତିବାଦରେ ଆଜି ବାଲିଗୁଡା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ସୁଚାନରୁ ପ୍ରକାଶ ଯେ ବାଲିଗୁଡା ବ୍ଲକ ଅନ୍ତର୍ଗତ ଦଡକଙ୍ଗିିଆ ପଂଚାୟତର କଡଗାବାଲି ପ୍ରାଥମିକ ବିଦ୍ୟାଳୟକୁ ପ୍ରସାସନ ଛାତ୍ରଛାତ୍ରୀ କମ ଥିବା କାରଣ ନେଇ ବନ୍ଦ କରାଯାଇଛି । ଏହାକୁ ନେଇ ଆଜି ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛତ୍ରୀ ଓ ଅଭିଭାବକ ମାନେ ଏକତ୍ରିତ ହୋଇ ନିଜ ଗ୍ରାମ କଡଗାବାଲିରୁ ବାଲିଗୁଡାକୁ ଆସିଥିଲେ ଓ ଧାରଣାରେ ବସିଥିଲେ । ସେମାନଙ୍କ ଏକାଜିଦ ଯେ ଆମ ଗ୍ରାମର ବିଦ୍ୟାଳୟକୁ ପୁର୍ଣ୍ଣବାର ଖୋଲାଯାଉ । ବିଦ୍ୟାଳୟକୁ ଖୋଲାନଯିବା ପର୍ଯ୍ୟନ୍ତ ଆମେ ଏଠାରୁ ଘୁଂଚିବୁନାହିଁ ବୋଲି ଅଡିବସିଥିଲେ ।ଆମ ଗାଁ ବିଦ୍ୟାଳୟରେ ଆବଷ୍ୟକ ଠାରୁ ଅଧିକ ପିଲା ପାଠପଢୁଥିଲେ କିନ୍ତୁ ପ୍ରଶାସନର ନିୟମ ଉଲଂଘନ କରି ଆମ ଗାଁ ବିଦ୍ୟାଳୟକୁ ବନ୍ଦ କରାଯାଇଛି । ।ଏହି ବିଦ୍ୟାଳୟୁ ବନ୍ଦ କରି ପିଲାମାନଙ୍କ ଅନ୍ୟ ବିଦ୍ୟାଳୟରେ ପାଠପଢଇବା ପାଇଁ କୁହାଯାଇଥିଲା । କିନ୍ତୁ ବର୍ତମାନ ଯେଉଁ ବିଦ୍ୟାଳୟ କୁ ଯିବାକୁ କହୁଛନ୍ତି ଆମ ଘର ବା ଗାଁ ଠାରୁ ଦେଢ କିମି ରାସ୍ତା ଚାଲିଯିବାକୁ ପଡୁଛି ବୋଲି କହିଛନ୍ତି ଅଭିଭାବକ । ଏହି ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଗତ ୧୩/୪/୨୩ରିଖରେ ଏହି ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଲିଖିତ ଭାବରେ ଅନୁରୋଧ କରିଥିଲେ ବିଦ୍ୟାଳୟ ପରିଚାଳନା ସଭାପତି,ଗ୍ରାମବାସୀ ଓ ଅଭିଭାବକ ମାନେ କିନ୍ତୁ ଏହାକୁ ନେଇ କିଛି ବି ପଦକ୍ଷେପ ଉଠାଇନାହାନ୍ତି ଗୋଷ୍ଠିଶିକ୍ଷା ଅଧିକାରୀ ବୋଲି କହିଚନ୍ତି । ଧାରଣାରେ ବସିଥିବା ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଗୋଷ୍ଟିଶିକ୍ଷା ଅଧିକାରୀ ମହେଶ୍ୱର ମାଝି ବୁଝାଇ କହିଥିଲେ ଓ ଆମ ହାତରେ କିଛି ନାହଁ ବୋଲି କହିଥିଲେ ଓ ୨୦୧୯ର ରିପୋର୍ଟ ପ୍ରକାରେ ଆବଷ୍ୟକ ଠାରୁ କମ ତିବା କାରଣରୁ ଏହି ବିଦ୍ୟାଳକୁ ବନ୍ଦ କରାଯାଇଛି ଓ ନିକଟସ୍ଥ ବିଦ୍ୟାଳୟରେ ପିଲା ପାଠପଢିବେ ବୋଲି କହିଛନ୍ତି ।