ଛାତ୍ରବତ୍ସଳ ଶିକ୍ଷାନୁରାଗୀ ଶିକ୍ଷକଙ୍କ ପରଲୋକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ବସଷ୍ଟାଣ୍ଡ ତୋରତ ପୋଲ ନିକଟରେ ଆଜି ଦିନ ପ୍ରାୟ ୨ଟାବେଳେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିବାରୁ ଜଣେ ସୁସାହିତ୍ୟିକ ତଥା ଛାତ୍ରବତ୍ସଳ ଶିକ୍ଷାନୁରାଗୀ ଶିକ୍ଷକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ଦକ୍ଷିଣବାଡ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ରନାଥ ଦାସ ରାଜପଥ ପାଶ୍ୱର୍ ବ୍ୟାଙ୍କରୁ କାର୍ଯ୍ୟସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଏକ କଣ୍ଟେନର ଦ୍ରୁତଗତିରେ ଆସି ତାଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଏନଏଚଆଇ ପ୍ରଶସ୍ତିକରଣ କାର୍ଯ୍ୟକରୁଥିବା ଡିବିଏଲ କମ୍ପାନୀର ବେପାରୁଆ କାର୍ଯ୍ୟ ଯୋଗୁ ଜଣେ ଶିକ୍ଷକଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ପାଇଁ ଘଟାଇଥିବା କଣ୍ଟେନରକୁ


