ଶିକ୍ଷା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ଠାରେ ଶିକ୍ଷା କର୍ମଚାରୀଙ୍କୁ ଉମିଦ ସେବା ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶାରଦା ବିଦ୍ୟାମନ୍ଦିରର ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା ମାନଙ୍କ ପାଇଁ ଦୀର୍ଘଦିନ ହେବ ସେବାକାରୀ ଭାବେ କାର୍ଯ୍ୟ କରି ଆସୁଥିବା ବୟଜ୍ୟେଷ୍ଠ ରାଘବାନନ୍ଦ ଜେନାଙ୍କୁ ସଂଗଠନ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର, ବିଦ୍ୟାମନ୍ଦିରର ମାର୍ଗଦର୍ଶକ ତଥା ଶିକ୍ଷାବିତ ପବନ କୁମାର ନାୟକଙ୍କ ସହିତ ସମସ୍ତ ଗୁରୁଜୀ ଗୁରୁମା ଓ ଉମିଦ ସେବା ସଂଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ