ଛାତ୍ରବୃତ୍ତି ପୋର୍ଟାଲର ଧର୍ମ କୋଡରେ ଆଦିବାସୀଙ୍କ ସାରନା ଧର୍ମ ମାନ୍ୟତାକୁ ରାଜ୍ୟ ସରକାରଙ୍କ ଅଣଦେଖା ନେଇ ଓଡ଼ିଶା ଆଦିବାସୀ ମହାସଂଘ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଛାତ୍ରବୃତ୍ତି କୋଡରେ ଧର୍ମ କଲମରେ ଏକମାତ୍ର ହିନ୍ଦୁ ଧର୍ମ କଲମରେ ଅଛି ।ଯାହାଫଳରେ ଅନଲାଇନରେ ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କଲାବେଳେ ଅନ୍ୟ ଧର୍ମାବଲମ୍ବୀମାନେ ଏକମାତ୍ର ସ୍ଵିକୃତି ପ୍ରାପ୍ତ ହିନ୍ଦୁ ଧର୍ମ କଲମରେ ଲେଖାଇବାକୁ ବାଧ୍ୟ ହେଉଛନ୍ତି । ଆଗରୁ ପ୍ରେରଣା ଛାତ୍ରବୃତ୍ତି ମାଧ୍ୟମରେ ବ ୬ଗୋଟି ସ୍ଵିକୃତି ପ୍ରାପ୍ତ ଧର୍ମ ଏବଂ ଅନ୍ୟ ଯେଉଁମାନେ ଧର୍ମ କଲମରେ ପାଇଁ ବ୍ୟବସ୍ଥା ଥିଲା ।ଯାହାକୁ ରାଜ୍ୟ ସରକାର ଉଠାଇ ଦେଇଛନ୍ତି । ଯାହାକି ସମ୍ବିଧାନର -୨୫ ଉଲ୍ଲଙ୍ଘନ କରାଯାଇଛି । ପୁନଃ ଧର୍ମ କଲମରେ ସ୍ଥାନିତ ପାଇଁ ଏହି ବିଷୟରେ ଗତ ଜାନୁଆରୀ ୧୧ତାରିଖ ଦିନ ବାମନଘାଟୀ ଉପଜିଲ୍ଲାପାଳଙ୍କ ଦ୍ବାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଏଯାଏଁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନ କରିବାରୁ ଆଦିବାସୀ ମହାସଂଘ ତରଫରୁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଆଜି ୧୨ଘଣ୍ଟିଆ ମୟୂରଭଂଜ ବନ୍ଦ ଡାକରା ଦିଆଯାଇଥିଲା ।ବନ୍ଦରେ ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଜନ ଜୀବନ ପ୍ରଭାବିତ ହୋଇଥିଲା । ସରକାରୀ କାର୍ଯ୍ୟାଳୟ, ବାଣିଜ୍ୟ ପ୍ରତିଷ୍ଠାନ, ଯାନବାହାନ , ବ୍ୟାଙ୍କ ସଂପୁର୍ଣ୍ଣ ବନ୍ଦ ଥିଲା । ଏହି ବନ୍ଦରେ ଛାତ୍ରଛାତ୍ରୀ,ଆସେକା, ଆଦିବାସୀ ହୋ ସମାଜ, ଭାରତୀୟ ମୁଣ୍ଡା ସମାଜ, ମୁଣ୍ଡାରୀ ସମାଜ,, ଆଦିବାସୀ ଛାତ୍ର ସଂଘ ପ୍ରମୁଖ ସାମିଲ ହୋଇଥିଲେ । ରାଇରଙ୍ଗପୁର ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ଆସେକାର ଜୀତେନ୍ଦ୍ର ବାସ୍କେ,ହୋଇ ସମାଜର ଜୟପାଲ ସିଂ ନାଏକ,ଅନିଲ ବିରୁଆ,ମକ୍କା ବିରୁଆ,ଵୁଧିରାମ ମାହାଲି,ଜିସୁରାମ ମାର୍ଣ୍ଡି,ସୁର୍ଯ୍ୟ ହେମ୍ବ୍ରମ,ମାନସିଂହ ଟୁଡୁ,ଶାହଙ୍କ ମାଝୀ, ନରେନ୍ଦ୍ର ମାରାଣ୍ଡି,ରାମ ସୋରେନ,ଶଙ୍କର ମୂର୍ମୁ, କୀର୍ତ୍ତି ଟୁଡୁ ପ୍ରମୁଖଙ୍କ ସମେତ ବହୁ ଆଦିବାସୀ ଏହି ବନ୍ଦ ପାଳନରେ ସାମିଲ ହୋଇ ବନ୍ଦକୁ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ