ଛାତ୍ରୀଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ପୋଲସରା ଏନଏସି ର ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ୦୮ ଦିନିଆ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଏପ୍ରିଲ ୦୨ ତାରିଖ ଦିନ ଆରମ୍ଭ ହୋଇଯାଇଛି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦିବାକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଡ଼ଃ ରଞ୍ଜିତା କୁମାରୀ ମିଶ୍ର, ଅଧ୍ୟାପକ ଶିଶିର କାନ୍ତ ବିଷୋୟୀ, ଅଧ୍ୟାପକ ମନୋଜ କୁମାର ପାଢୀ, ଅଧ୍ୟାପକ ଭାସ୍କର ସାହୁ ଓ ଅଧ୍ୟାପକ ଧନୀତ୍ରୀ ନାୟକ ଯୋଗଦେଇ ଥିଲେ। ତାଲିମ ଶିବିରର ସଂଯୋଜକ ଅଧ୍ୟାପକ ଡ଼ଃ ଆଶିଷ କୁମାର ପ୍ରଧାନ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ବହନ କରିଥିଲେ । ମାଷ୍ଟର ଟ୍ରେନର ଭାବେ ସୁଜ୍ଞାନୀ ପ୍ରଧାନ ଓ ସୁଚିତ୍ରା ବେହେରା ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଉଦ୍ଦେଶ୍ୟ ପ୍ରକାଶ କରିବା ସହ ତାଲିମ ପ୍ରଦାନର ଶୁଭାରମ୍ଭ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ + ୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ର ୪୪୩ ଜଣ ଛାତ୍ରୀ ଉପସ୍ଥିତ ରହି ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ