ଛାତ୍ରୀମାନଙ୍କ ଅଷ୍ଟ ଦିବସିୟ ଆତ୍ମ ସୁରକ୍ଷା ତାଲିମ ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀର ବିଜ୍ଞାନ ଓ କଳା ବିଭାଗର ପ୍ରଥମ ବର୍ଷ ଛାତ୍ରୀଙ୍କୁ ଅଷ୍ଟ ଦିବସିୟ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଜାନୁଆରୀ ୪ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ତାଲିମ ଶିବିରର ପରାମର୍ଶ ଦାତା ଅଧ୍ୟାପିକା ସୁଚିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ମାଣିତରା ବନପାଳ ସୁନିତା ପାତ୍ର, ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଶଙ୍କର ଆଶିଷ ପାତ୍ର ଓ ସନ୍ତୋଷ କୁମାର ଗୌଡ଼ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରୀତା ବିଷୟରେ ବକ୍ତବ୍ୟ ରଖିଥିଲେ। ମାଷ୍ଟର ଟ୍ରେନର ଭାବେ ପୂଜାରାଣୀ ପ୍ରଧାନ ଓ ଦିବ୍ୟାନୀ ସାହୁ ଯୋଗଦେଇ ୬୦ ଜଣ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଥିଲେ। ଆଠ ଦିନ ପାଇଁ ଏହି ତାଲିମ ଶିବିର ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ