ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ହକି ବିଶ୍ୱକପ ଦେଖିବାକୁ ନିମନ୍ତ୍ରଣ

ପୋଲସରା, (ଅନିଲ କୁମାର ମହାରଣା):ଓଡିଶା ପାଇଁ ଗୌରବ ଆଣିପାରିଛି ହକି ବିଶ୍ୱକପ। ଆସନ୍ତା ୨୦୨୩ ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଓ ରାଉରକେଲା ଦୁଇ ସ୍ଥାନରେ ଅନୁଷ୍ଠିତ ହେବ ହକି ବିଶ୍ୱକପ। ସେଥିପାଇଁ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିବାକୁ ସର୍ବଦଳୀୟ ବୈଠକରେ ଘୋଷଣା କରିଥିଲେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କାରିବାକୁ ଓଡ଼ିଶାର ମନ୍ତ୍ରୀମାନଙ୍କୁ ପ୍ରେରଣ କରାଯାଇଛି। ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିମାନ ଯୋଗେ ଜାନୁଆରୀ ଦୁଇ ତାରିଖ ଦିନ କୋଲକତାରେ ପହଞ୍ଚି ପଶ୍ଚିମବଙ୍ଗର ମାନ୍ୟବର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁପସ୍ଥିତରେ ମାନ୍ୟବର ଅର୍ଥ ମନ୍ତ୍ରୀ ଚନ୍ଦ୍ରିମା ଭଟାଚାର୍ଯ୍ୟ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ସହ ହକି ଇଣ୍ଡିଆ ଟି ସାର୍ଟ ଓ ରାପୌ ନିର୍ମିତ କୋଣାର୍କ ମନ୍ଦିରର ଚକ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ