ବେଲଗୁଣ୍ଠା ଦିବ୍ୟ ଜୀବନ ସଂଘ ପକ୍ଷରୁ ଶ୍ରୀରାମ ନବମୀ ପାଳିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ଦିବ୍ୟ ଜୀବନ ସଂଘ ପକ୍ଷରୁ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି I ଏହି ଅବସରରେ ଆଜି ପ୍ରାତଃ ପାଞ୍ଚ ଘଟିକା ସମୟରେ ଯୋଗ ଅନୁଷ୍ଠିତ ହୋଇଥିବା ବେଳେ ସକାଳ ଛଅ ଘଣ୍ଟା ସମୟରେ ଆଶ୍ରମ ଠାରୁ ବେଲଗୁଣ୍ଠା ସହର ପର୍ଯ୍ୟନ୍ତ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସକାଳ ସାତ ଘଣ୍ଟା ସମୟରେ ଶ୍ରୀ ଗୁରୁ ପାଦୁକା ପୂଜା କରାଯାଇଥିବା ବେଳେ ସକାଳ ନଅ ଘଣ୍ଟାରୁ ଶ୍ରୀରାମଙ୍କ ପୂଜା, ହୋମ, 108 ଶ୍ରୀରାମ ନାମରେ ଅର୍ଚ୍ଚନା, ଯଜ୍ଞ ପ୍ରଭୃତି ଅନୁଷ୍ଠିତ ହୋଇଥିଲା I ସେହିପରି ସନ୍ଧ୍ୟା ସାତଟାରୁ ଶ୍ରୀରାମ କଥା ଏବଂ ପୂଜା ହୋଇଥିବା ବେଳେ ରାତ୍ରି ନଅ ଘଣ୍ଟା ସମୟରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ଦିବ୍ୟଜୀବନ ସଂଘ ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଏଥିରେ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାହୁ, କୋଷାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର, ସଦସ୍ୟ ଏନ୍.ସୁରେଶ ଚୌଧୂରୀ, ସିଏଚ୍ ଶିବ ପ୍ରସାଦ ସୁବୁଦ୍ଧି, ଏ ଜଗନ୍ନାଥ ପାତ୍ର, ପ୍ରାଣକୃଷ୍ଣ ସାହୁ, ସୁଜାତା ସାହୁ, ମହେଶ୍ଵରୀ ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ 80 ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ I


