ଛାତ୍ରୀ ମାନଙ୍କୁ ଶିକ୍ଷକଙ୍କ ଅଶାଳୀନ ଆଚରଣ ଘଟଣାର ତଦନ୍ତ କଲେ ଏବିଇଓ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଗୋପାଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଛାତ୍ରୀ ମାଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ନେଇ ଅଭିଯୋଗ ହେବାପରେ ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ ନିଦେ୍ର୍ଦଶରେ ଏବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ସୁରେଶ କୁମାର ଜେନା ଉକ୍ତ ସ୍କୁଲକୁ ଯାଇ ତଦନ୍ତ କରିଛନ୍ତି । ଅଧିକାରୀ ମାନେ କିଛି ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ଶିକ୍ଷକଙ୍କ ବାବଦରେ ଲିଖିତ ଭାବେ ଦେବାକୁ କହିବାପରେ ଛାତ୍ରଛାତ୍ରୀ ମାନେ ଲିଖିତ ଭାବେ ଦେଇଛନ୍ତି । ସେହିପରି ତଦନ୍ତ ସମୟରେ ପ୍ରଧାନ ଶିକ୍ଷକ, ଅଭିଭାବକ ମାନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚାରି ଫେରି ଆସିଛନ୍ତି । ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଜି ବିଇଓ ନଥିଲେ, ଆସନ୍ତା କାଲି ଆସିଲେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସେ ସୁଚନା ଦେଇଛନ୍ତି ।


