୩୫ନଂ ଜୋନ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ) :-୩୫ନଂ ଜୋନ ହାଟଡିହି ବିଜେପି ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହାଟଡିହି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ନେତା ଆଲୋକ ସେଠୀ, ନମାମି ଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ନେତା ଭଗବାନ ସାହୁ, ରାମଚନ୍ଦ୍ର ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ହରମୋହନ ଶାସିନି, ଜିଲ୍ଲା ମହିଳା ମୋର୍ଚ୍ଚାର କୋଷାଧ୍ୟକ୍ଷ ଦିପ୍ତୀମୟୀ ଖୁଣ୍ଟିଆ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦଶରଥ ଯେନା, ଜିଲ୍ଲା ସଂସ୍କୃତି ସେଲର ସଂଯୋଜକ ସୁଶାନ୍ତ ଜେନା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ୩୫ନଂ ଜୋନର ଗମନାଗମନ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ, ଉପରେ ଆଲୋଚନା ହେବା ସହିତ ସୁନ୍ଦରାପାଳ ସ୍ୱାସ୍ତ୍ୟ କେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ନଥିବାରୁ ଲୋକମାନେ କିଭଳି ସମସ୍ୟା ଭୋଗୁଛନ୍ତି ତାହା ଉପରେ ଆଲୋଚନା କରିଥିଲେ । ମେଗା ୱାଟର ପ୍ରୋଜେକ୍ଟରୁ ଗାଁ ମାନଙ୍କୁ ପାନୀୟ ଜଳ ଯୋଗାଇଦେବା ନାଁରେ ଗାଁ ରାସ୍ତା ଗୁଡିକୁ ଖୋଳି ନଷ୍ଟ ଭ୍ରଷ୍ଟ କରିଦେଇଥିବାରୁ ଲଗାଣ ବର୍ଷାରେ ଏବେ ସମସ୍ତ ଗାଁରେ ଲୋକମାନେ ଯାତାୟତରେ ନାନା ସମସ୍ୟା ଭୋଗୁଥିବାରୁ ଏଥିନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ବିଭିନ୍ନ ସରକାରୀ ଯୋଜନାରେ ଦୁନ୍ନୀତିକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏଥିରେ ହାଟଡିହି ମଣ୍ଡଳର ସମସ୍ତ ବିଜେପି କର୍ମକର୍ତ୍ତା ମାନେ ଯୋଗଦେଇ ଆଗାମି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ । ବରିଷ୍ଠ ବିଜେପି ନେତ୍ରୀ ତୃପ୍ତୀମୟୀ ଯେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମଣ୍ଡଳର କୃଷକ ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଫକିର ବେହେରା, ଚନ୍ଦନ କୁମାର, କୃଷ୍ଣଚନ୍ଦ୍ର ଜେନା, କହ୍ନେଇ ଜେନା, ଶୁକଦେବ ସେଠୀ, ସୁବାସ ଜେନା, ନିରଞ୍ଜନ ସାହୁ, ଦାମୋଦର ସାହୁ, ନିରଞ୍ଜନ ବିଶ୍ୱାଳ, ଜଗନ୍ନାଥ ସ୍ୱାଇଁ, ରେବତୀ ନାୟକ, ରମାକାନ୍ତ ଶଙ୍ଖୁଆ, ଶ୍ରୀକାନ୍ତ ଭୋଳ, ବସନ୍ତ ନାୟକ, ଦେବେନ୍ଦ୍ର ଜେନା, ନୀତିଶ ଜେନା, ରାଜେନ୍ଦ୍ର ଦାସ, ଜଗତ ଜୀବନ ଦେବତା, ଚକ୍ରଧର ନାୟକ, ନିରାକାର ଓଝା, ରାଜକିଶୋର ଜେନା, ଉଦିତ ମଢ଼େଇ, ଜଗନ୍ନାଥ ଭୁୟାଁ, ମନ୍ମଥ ନାୟକ, ମୁନା ନାୟକ, ଲମ୍ବୋଦର ଜେନାଙ୍କ ସମେତ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।


