ଛାତ ନ ଥିବା ହୋଟେଲ
ହୋଟେଲ ବିଷୟରେ କଥା ହେବା ସମୟରେ ବିଳାସମୟ କୋଠା, ସୁଇମିଂପୁଲ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବାତାବରଣ, ସୁସ୍ୱାଦୁ ଖାଦ୍ୟ ଭଳି ଅନେକ କଥା ମନକୁ ଆସିଥାଏ । ହେଲେ ଯଦି ବିନା କୋଠରୀ ଅଥବା ଛାତ ଥିବା ହୋଟେଲ ବିଷୟରେ କୁହାଯାଏ ତେବେ ହୁଏତ ଆପଣ ଅବିଶ୍ୱାସ ନକରିପାରନ୍ତି । ହେଲେ ଏଭଳି ଏକ ହୋଟେଲ ସ୍ୱିଜରଲ୍ୟାଣ୍ଡରେ ରହିଛିୟ ଯାହାର ନାମ “ନଲ୍ ଷ୍ଟର୍ନ’ ହୋଟେଲ । ନଲ୍ ଷ୍ଟର୍ନ୍ ହୋଟେଲର ଖାସ୍ କଥା ହେଲା ଏହା ପାହାଡ଼ ପର୍ବତ ମଧ୍ୟରେ ରହିଛି । ଏଠାରେ ରହିବାକୁ ହେଲେ ଖୋଲା ଆକାଶ ତଳେ ରାତି ବିତାଇବାକୁ ପଡ଼େ । ଏପରିକି ସେଠାରେ ଶୌଚାଳୟର ମଧ୍ୟ ବ୍ୟବସ୍ଥା ନ ଥାଏ । ସ୍ୱିଜରଲ୍ୟାଣ୍ଡର ଦୁଇଜଣ ଆର୍ଟିଷ୍ଟ ଫ୍ରେକ୍ ଏବଂ ରିକଲିନ ଏହି ହୋଟେଲକୁ ନିର୍ମାଣ କରିଥିଲେ । ଧୀରେ ଧୀରେ ଏହା ଲୋକଙ୍କୁ ପସନ୍ଦ ଆସିଥିଲା । ପରେ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା । ଯଦି ଆପଣଙ୍କ ମନ ପାହାଡ ପର୍ବତ ଘେରା ମଧ୍ୟରେ ରହିବା ଲାଗି ତେବେ ଆପଣ ଏହି ହୋଟେଲରେ ରହିପାରିବେ । ଏଥିପାଇଁ ଗୋଟିଏ ରାତି ପାଇଁ ୨୫୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ । କୁହାଯାଏ ପୂର୍ବରୁ ମଧ୍ୟ ଉଭୟ କଳାକାର ଏଭଳି ହୋଟେଲ ନିର୍ମାଣ କରିସାରିଛନ୍ତି, ଯାହାକି ପରମାଣୁ ବଙ୍କର ତଳେ ରହିଛି ।