ଛୁଆଙ୍କ ଖାଦ୍ୟରେ ପିମ୍ପୁଡି, ପୋକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଥିବା ବିଭିନ୍ନ ଅଙ୍ଗନୱାଡିକୁ ଯୋଗାଇ ଦିଆଯାଉଥିବା ଛତୁଆରେ ପିମ୍ପୁଡି ଓ ପୋକ ବାହାରୁ ଥିବା ଅଭିଯୋଗ ହୋଇଛି । ୭ ମାସରୁ ୩ ବର୍ଷ ବୟସର କୋମଳମତି ଶିଶୁ ମାନଙ୍କୁ ଶୁଖିଲା ଖାଦ୍ୟ ମିଶ୍ରଣ ପ୍ୟାକେଟ୍ ୧୫ ଶହ ଗ୍ରାମ(ସୁଜି, ବେସନ, ଚିନି, ରିଫାଇନ) ଆଦି ଖାଦ୍ୟରୁ ଏବେ ପୋକ ଓ ପିମ୍ପୁଡି ବାହାରିବା ନେଇ ସମଗ୍ର ବ୍ଲକରେ ଚର୍ଚ୍ଚା ହେଉଛି । ମା ମନ୍ତ୍ର ବାସୁଳୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଛତୁଆ ପ୍ରସ୍ତୁତ କରୁଥିବା ବେଳେ ଏଭଳି ଅପମିଶ୍ରଣ ଓ ନିମ୍ନମାନର ଖାଦ୍ୟ ପ୍ରସ୍ତୁତି ନେଇ ବହୁବାର ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଏହି ଯୋଗାଣକାରୀ ସଂସ୍ଥା ନିମ୍ନମାନର ଖାଦ୍ୟ ଯୋଗାଣ କରି ପିଲା ମାନଙ୍କ ସ୍ୱାସ୍ଥ୍ୟ ସହିତ ଖେଳ ଖେଳୁଥିବା ଦେଖାଯାଉଛି । ଏବେ ଛୁଆଙ୍କ ଖାଦ୍ୟରେ ପିମ୍ପୁଡି, ପୋକ ବାହାରିବା ଅଭିଯୋଗକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ