ଦାସସାହି ରାସ୍ତା ଅବସ୍ଥା ଶୋଚନୀୟ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ୮ନଂ.ୱାର୍ଡ ଦାସସାହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଆଜକୁ ପ୍ରାୟ ୨୦ ବର୍ଷ ହେବ ଉକ୍ତ ରାସ୍ତା କାର୍ଯ୍ୟ ହୋଇନାହିଁ । ଦାସସାହି ଠାରୁ ଗଣିଜାଙ୍ଗ-କନ୍ତିଆ ଆର୍.ଡି.ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୪ ଶହ କିମି ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ଫଳରେ ସ୍କୁଲ ପିଲା ସମେତ ଗ୍ରାମବାସୀ ମାନେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ମରାମତି ନେଇ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଏହି ରାସ୍ତା ଉପରେ ୨୦ଟି ପରିବାରର ପ୍ରାୟ ୫ ଶହରୁ ଉଦ୍ଧ୍ୱର୍ ଲୋକ ନିର୍ଭର କରନ୍ତି । ଏହି ରାସ୍ତାକୁ ତୁରନ୍ତ ମରାମତି କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ନେଇ ମୁକ୍ତିକାନ୍ତ ଦାସ, ଶଙ୍କର୍ଷଣ ଦାସ, ବନ୍ଧୁ ବେହେରା, ପଞ୍ଚାନନ ଦାସ, ପ୍ରହଲ୍ଲାଦ ଦାସ, ବାବାଜି ବାରିକ, ଜଗନ୍ନାଥ ମୁଦୁଲି, ନାରାୟଣ ଦାସ, ଅପର୍ତ୍ତି ମୁଦୁଲି, ସନ୍ତୋଷ କବି ଚେତାବନୀ ଦେଇଛନ୍ତି ।


