ଛୁଆବିକ୍ରୀ ଉଦ୍ୟମ ଘଟଣା, ପ୍ରଶାସନକୁ ବାଟବଣା କରିବାକୁ ଉଦ୍ୟମ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମନୋହରପୁର ଗାଁରେ ଜଣେ ମହିଳା ଅଭାବ ଅନାଟନରେ ପଡି ନିଜ ଜନ୍ମକଲା ଶିଶୁକୁ ବିକ୍ରୀ କରିବା ପାଇଁ ଉଦ୍ୟମ କରିବା ଘଟଣା ସମ୍ବାଦରେ ପ୍ରକାଶ ପାଇବାପରେ ପ୍ରଶାସନର ଚେତା ପସିଛି । ଆଜି ପ୍ରଶାସନିକ ଅଧିକାରୀ ତଦନ୍ତ କରିବାକୁ ଯିବାକୁ ଥିବାବେଳେ କିଛି ବ୍ୟକ୍ତି ଉକ୍ତ ମହିଳାଙ୍କୁ ଏହା ପିଲାବିକ୍ରୀ ନୁହଁ ବୋଲି ଗେଲରେ ଏପରି କହିଦେଲି ବୋଲି ତାକୁ କହିବାକୁ ବାଧ୍ୟ କରିଥିଲେ । ଏବଂ ଏଥିପାଇଁ ତାଙ୍କୁ ପ୍ରଲୋଭନ ମଧ୍ୟ ଦେଖାଯାଇଥିଲା । ଯାହାକି ଏକ ଗରିବ ଅନାହାରରେ ଦିନ ବିତାଉଥିବା ମହିଳାଙ୍କ ପାଇଁ ଉପହାସ ସଦୃଷ ହୋଇଛି । ପିଲାବିକ୍ରୀ ଉଦ୍ୟମ କହିଦେଲେ କାଳେ ପ୍ରଶାସନର ମୁଖା ଖୋଲିଯିବ ସେଥିପାଇଁ ଏହାକୁ ଲୁଚାଇବାକୁ ଉଦ୍ୟମ କରାଯାଇଛି । ଆଜି ଏହି ଖବର ପ୍ରକାଶ ପାଇବାପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଥିଲା । ଆଜି ଏବିଡିଓ ବିଚିତ୍ର କୁମାର କର, ସିଡିପିଓ ସରସ୍ୱତୀ ସେଠୀ, ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ପ୍ରମୁଖ ଉକ୍ତ ମ÷ହିଳାଙ୍କ ନିକଟରେ ପହଞ୍ଚି ତାକୁ ପଚରା ଉଚୁରା କରିଥିଲେ । ମହିଳା ଜଣକ ପିଲା ବିକ୍ରୀ ଘଟଣାକୁ ତାଙ୍କ ନିକଟରେ ଅସ୍ୱୀକାର କରିଥିଲା ବୋଲି ବୋଲି ଜଣେ ଅଧିକାରୀ ମାନେ ୍ରକାଶ କରିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠେଯେ ଗତକାଲି ଘର ଘର ବୁଲି ପିଲା ବିକ୍ରୀ କରୁଥିବା ମହିଳା ଜଣକର ଅସହାୟତାକୁ ପ୍ରଶାସନ ବୁଝିଥିଲା କି? । ରେସନ କାର୍ଡ ନଥିବାରୁ ଚାଉଳ ଗଣ୍ଡେ ପାଉ ନଥିବାବେଳେ ଆଧାରକାର୍ଡ ଖଣ୍ଡେ ମଧ୍ୟ ହୋଇ ପାରିନଥିଲା । ଏପରିକି ଘରଦ୍ୱାର ନଥିବାରୁ ସେ ୪ଟି ଛୁଆଙ୍କୁ ଧରି ବାରଘର ଶୁଣ୍ଢି ପିଣ୍ଡା ହେଉଥିଲେବି କେହି ଦ୍ୟଷ୍ଟି ଦେଇ ନଥିଲେ । ଏପରିକି ମହିଳା ଜଣକ ୩ମାସର ଶିଶୁକୁ ଧରି ବୁଲୁଥିବାବେଳେ ମହିଳା ଓ ଶିଶୁ ବିକାଶ ଯୋଜନାରେ ମା ଓ ଛୁଆକୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉ ନଥିଲା କାହିଁକି । ସ୍ୱାମୀ ଓ ଶାଶୁର ମୃତୁ୍ୟ ପରେ ତାଙ୍କୁ ଶବ ସକ୍ରାର ପାଇଁ ସରକାରୀ ସହାୟତା ଦିଆଯାଇଛି କି । ସେମାନେ ରହୁଛନ୍ତି କେଉଁଠି, ଖାଉଛନ୍ତି କଣ ତାହା କେହିବି ଦେଖୁ ନଥିଲେ । ଆଜି ଖବର ପ୍ରକାଶ ପାଇବାପରେ ପ୍ରଶାସନ ଯେପରି ତତ୍ପର ହେଉଛି ଆଗରୁ ଏପରି ତ୍ପତରତା ଦେଖାଇଥାନ୍ତା ତେବେ ଏପରି ପିଲା ବିକ୍ରୀ ଉଦ୍ୟମ ହୋଇ ନଥାନ୍ତା ବୋଲି ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି । ବାଂଲାଦେଶୀ ମାନେ ଆସି ଓଡିଶାରେ ଦିନ କେଇଟା ଭିତରେ ରହି ରାସନକାର୍ଡ, ଆଧାରକାର୍ଡ ହାତୋଉଥିବାବେଳେ ଏଠାରେ ଏପରି ଅବସ୍ଥାରେ ରହୁଥିବା ଜଣେ ମହିଳାଙ୍କ ପାଇଁ ପ୍ରଶାସନ କି ରାଜନେତା ମାନେ କଣ କରିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଆଜି ଅଧିକାରୀ ମାନେ ମନୋହରପୁର ଗାଁରେ ପହଞ୍ଚି ମମତା ଦାସଙ୍କ ସହିତ ଆଲୋଚନା କଲାପରେ ଅଧିକାରୀ ମାନେ ମମତାଙ୍କ ୩ମାସର ଶିଶୁକନ୍ୟାକୁ ଶାଳଣିଆଁ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ତାଙ୍କୁ ୫୦କେଜି ଚାଉଳ ଦେବାର ବ୍ୟବସ୍ଥା କରାିଛନ୍ତି । ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ତାଙ୍କୁ ଏବଂ ତାଙ୍କ ଛୋଟ ଝିଅକୁ ଛତୁଆ ଯୋଗାଇବାର ବ୍ୟବସ୍ଥା କରାଇବା ସହିତ କିପରି ଅତିଶିଘ୍ର ଆଧାରକାର୍ଡ ପାଇବେ ତାହାର ବ୍ୟବସ୍ଥା କରାଇଥିବା ଏବିଡିଓ ବିଚିତ୍ର କୁମାର କର କହିଛନ୍ତି ।
ଏଠାରେ ସୁଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମନୋହରପୁର ଗ୍ରାମରେ । ଗାଁରେ ଦୀର୍ଘବର୍ଷ ହେଲା ରହୁଥିବା ମମତା ଦାସଙ୍କ ମୁଣ୍ଡରେ ଏବେ ବୋଝର ପାହାଡ । ଗତ ୭ମାସ ତଳେ ତାଙ୍କ ସ୍ୱାମୀ ସନ୍ତୋଷ ଦାସ ଓ ଶାଶୁ ଏକ ସଙ୍ଗରେ ଅଂଶୁଘାତରେ ମୃତୁ୍ୟବରଣ କରିଥିଲେ । ସେମାନେ ଗାଁ ଗାଁ ବୁଲି ଯାହା ମାଗଣକରି ଆଣନ୍ତି ସେଥିରେ ପରିବାରଟି ଚଳିଯାଏ । କିନ୍ତୁ ସେମାନଙ୍କ ମୃତୁ୍ୟପରେ ଏବେ ବେସହାରା ହୋଇପଡିଛି ମମତା । ପାଖରେ ୪ଟି ଛୁଆ ଥିବାବେଳେ ସେମାନଙ୍କ ମୁହଁରେ ଦାନା ଗଣ୍ଡିଏ ଦେବାକୁ ତାଙ୍କ ପାଖରେ କିଛି ନାହିଁଁ । ନାହିଁ ରାସନ କାର୍ଡ, ନାହିଁ ଆଧାରକାଡ କି ଭୋଟର କାର୍ଡ । ଯାହାଦ୍ୱାରାକି ସେ ସରକାରଙ୍କ କୌଣସି ଯୋଜନାରେ ସାମିଲ ହୋଇପାରି ନାହାନ୍ତି । ଘରଦ୍ୱାର ନଥିବାରୁ ଏବେ ସେ ପର ଦୁଆରେ ଛୁଆଙ୍କୁ ଧରି ମୁଣ୍ଡ ଗୁଞ୍ଜୁଛନ୍ତି । ସେ ତାର ୧୦ବର୍ଷିୟ ବଡପୁଅକୁ ବାଳ ଶ୍ରମିକ ଭାବେ କାମ କରିବାକୁ ଜଣେ ଘୁସୁରିଆ ନିକଟରେ ଛାଡି ଦେଇଦେଇଥିବାବେଳେ ପାଖରେ ୭ବର୍ଷ, ୩ବର୍ଷ ଓ ତିନି ମାସର ଆଉ ଗୋଟିଏ ଏପରି ତିନୋଟି ଝିଅ । ତନ୍ମଧ୍ୟରୁ ଦୁଇଟି ଛୁଆ ସ୍କୁଲ ଯିବା ବୟସର ହୋଇଥିଲେ ବି ସେ ସ୍କୁଲ କଣ ଦେଖିଲେ ନାହିଁ । ଦୁଇଓଳି ଖାଇବାକୁ ନଥିବାବେଳେ ବାର ଦୁଆର ବୁଲି ଯାହା ପାଉଛନ୍ତି ସେହିଥିରେ ହିଁ ଚଳୁଛନ୍ତି । ଘର ଖଣ୍ଡିଏ ନଥିବାରୁ ଏବେ ସେ ପର ଲୋକଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ଅଭାବର ତାଡନା ତାଙ୍କୁ ଏପରି କରିପକାଇଛି ଯେ ସେ ବାଧ୍ୟହୋଇ ୩ମାସର ଶିଶୁକନ୍ୟାକୁ ବିକି ଦେବାକୁ ମନସ୍ଥ କରି ପରିବା ବେପାରୀ ଭଳି ଘର ଘର ବୁଲି ମୁଲଚାଲ କରୁଥିଲେ । ଯାହାକି ସ୍ଥାନୀୟ ଲୋକମାନେ ଦେଖିବାପରେ ଗଣମାଧ୍ୟମ ପ୍ରତିନିଧି ଓ ଚାଇଲଡ ଲାଇନ ସଦସ୍ୟ ମାନଙ୍କୁ ଡାକିଥିଲେ । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସେ ତାଙ୍କର ଦୁଖଃ କାହାଣି କହିବା ସହ କିପରି ଚଳିବି । ପାଖରେ ଏବେ ତିନୋଟି ଛୁଆ । ତେଣୁ ବାଧ୍ୟ ହୋଇ ଏହାକୁ ବିକ୍ରୀ କରିଦେବି ନଚେତ ମାରିଦେବି ବୋଲି କହିଥିଲା । ଏବେ ପ୍ରଶାସନ ତାକୁ ପିଲା ବିକ୍ରୀ ଖବରକୁ ମିଛ ବୋଲି ଅବିହିତ କରିଛି । ଯାହାକି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।