ମୁଖ୍ୟମନ୍ତ୍ରୀଙ୍କୁ ଚିଠିପରେ କୁନି ଝିଅର ଦୁଖଃ ବୁଝିଲା ପ୍ରଶାସନ

ହାଟଡ଼ିହି, (ବିକାଶ ବିଶ୍ୱାଳ):କଥାରେ ଅଛି ମା ନାହିଁ ଯାହାର, ସାହା ନାହିଁ ତାହାର । ଯାହାକି ଆଜି ଅଙ୍ଗେ ଅଙ୍ଗେ ନିଭାଉଛନ୍ତି ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ରୀ ଶୁଭଲକ୍ଷ୍ମୀ ଜେନା । ଶିକ୍ଷୟତ୍ରୀ ମା ଛୋଟ ଝିଅ ଓ ସ୍ୱାମୀକୁ ପର କରି ଅନ୍ୟ ଯୁବକ ସହିତ ପଳାଇବାପରେ ଅତି ଦୁଖଃ କଷ୍ଟରେ କାଳାତିପାତ କରୁଛନ୍ତି ଶୁଭଲକ୍ଷ୍ମୀ । ନିୟମିତ ମାକୁ ଝୁରି ହେଉଥିଲେବି ପାଖରେ ଥିବା ବାପା ଉଭୟ ମା ଓ ବାପାର କର୍ତ୍ତବ୍ୟ ଲିଭାଉଛନ୍ତି ଝିଅ ପାଇଁ । ବାପା ଭଗବାନ ଛୋଟିଆ ପାଥୋଲାବ ଟିଏ କରି ଗୁଜୁରାଣ ମେଣ୍ଟାଉଥିଲେବି ତାହା ଝିଅର ପଢ଼ାଖର୍ଚ୍ଚ ତୁଲାଇବା ପାଇଁ ଯଥେଷ୍ଟ ହେଉନାହିଁ । ଏପରିସ୍ଥଳେ ଝିଅ ଶୁଭଲକ୍ଷ୍ମୀ ନିଜର ପାଠପଢ଼ା ଖର୍ଚ୍ଚ ମା ବହନ କରୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା । ଏନେଇ ସମସ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତନାଘନା କରାଯାଇଥିଲା । ଫଳରେ ଜିଲ୍ଲାପା୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏନେଇ ତେଲକୋଇ ବ୍ଲକ ସିରିଗଡା ହାଇସ୍କୁଲରେ ଶିକ୍ଷୟତ୍ରୀ ଥିବା ଶୁଭଲକ୍ଷ୍ମୀର ମାକୁ ଡାକି ଏହାର ସମାଧାନ କରିଥିବା ଜଣାଯାଇଛି । ପ୍ରତିମାସ ଶୁଭଲକ୍ଷ୍ମୀଙ୍କୁ ୬ହଜାର ଟଙ୍କାର ପଢ଼ାଖର୍ଚ୍ଚ ଦେବାକୁ ସହମତି ହୋଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ଚିଠିନଂ ୧୪୭୧୩ ତା ୧୪/୧୨/୨୦୨୨ରେ ଜଣାଇଛନ୍ତି । ଏହାକୁନେଇ ଝିଅ ଶୁଭଲକ୍ଷ୍ମୀ ବେଶ ଖୁସି ଥିବାବେଳେ ବାପା ଭଗବାନ ଜେନା ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ