ଛେନାପଦିରେ ଷ୍ଟେଟ୍ ବ୍ଯାଙ୍କ ଶାଖା ଉଦ୍ଘାଟିତ

ହାଟଡିହି, (ବିକାଶ ବିଶ୍ୱାଳ):ଅନେକ ଦାବି ପରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଛେନାପଦି ବଜାରରେ ଆଜି ନୂତନ ଷ୍ଟେଟ୍ ବ୍ଯାଙ୍କ ଶାଖା ଉଦ୍ଘାଟନ ହୋଇଛି । ହାଟଡିହି ବ୍ଲକ୍ ଏକ ବୃହତ୍ ବ୍ଲକ୍ ହୋଇଥିବାବେଳେ ବ୍ଯାଙ୍କ ସେବା ସମସ୍ଯା ଯୋଗୁଁ ଚାଷୀ ଓ ବ୍ଯବସାୟ ମାନେ ମୁଖ୍ଯତଃ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଷ୍ଟେଟବ୍ୟାଙ୍କ ଶାଖା କୁ ଯିବାକୁ ହେଲେ ୩୦/୪୦ କିଲୋମିଟର ଦୁର ଯିବାକୁ ପଡ଼ୁଥିଲା। ଏଥିଲାଗି ଦୀର୍ଘ ୬ବର୍ଷ ଧରି ସ୍ଥାନୀୟ ଲୋକମାନେ ଷ୍ଟେଟବ୍ୟାଙ୍କ ଶାଖା ଖୋଲିବାକୁ ଦାବି କରି ଆସୁଥିଲେ। ଆଜିର ଏହି ଉତ୍ସବରେ ଚିଫ୍ ଜେନେରାଲ ମ୍ଯାନେଜର ଦିନେସ ପୃଥି ଉପସ୍ଥିତ ରହି ଶାଖା କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଉଦଘାଟନ କରିଛନ୍ତି । ଅନ୍ଯମାନଙ୍କ ମଧ୍ଯରେ ବାଲେଶ୍ବର ଅଞ୍ଚଳ ପରିଚାଳକ ଶୌଳେସ କୁମାର ସିହ୍ନା, କେନ୍ଦୁଝର ଆଞ୍ଚିଳକ ପରିଚାଳକ କମଳ ଲୋଚନ ସଢଙ୍ଗିଙ୍କ ସମେତ ସ୍ଥାନିୟ ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ରହିଥିଲେ । ଛେନାପଦି ବଜାରରେ ଷ୍ଟେଟ୍ ବ୍ଯାଙ୍କ ଶାଖା ଖୋଲିବାରୁ ସ୍ଥାନୀୟ ଲୋକଙ୍କୁ ବେସ୍ ସହାୟକ ହେବ । ଏଥିପାଇଁ ବ୍ଯାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ଯବାଦ ଜଣାଇଛନ୍ତି ସ୍ଥାନିୟ ଲୋକେ । ଅନ୍ଯପଟେ ଆଜିର ଉଦ୍ଘାଟିତ ଏହି ଶାଖା ରାଜ୍ଯର ୯୦୨ ତମ ଶାଖା ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାର ଏହା ୫୦ ତମ ଶାଖା ହୋଇଥିବା ସୂଚନା ମିଳିଛି । ଦେଶର ସର୍ବବୃହତ୍ ଷ୍ଟେଟ୍ ବ୍ଯାଙ୍କ ଲୋକଙ୍କ ସେବା ପାଇଁ ସମର୍ପିତ ଓ ଲୋକେ ଏହି ବ୍ଯାଙ୍କ ସେବାର ଲାଭ ଉଠାଇବାକୁ ଅପିଲ୍ କରିଛନ୍ତି ସିଜିଏମ୍ ଦିନେସ୍ ପୃର୍ଥି । ଆଜିର ଏହି ଉଦ୍‌ଘାଟନ ଉତ୍ସବରେ ଦିବାକର ନନ୍ଦି, ରାଧାକାନ୍ତ ନାୟକ, ସତ୍ୟ ନାରାୟଣ ମାଝୀ, ଅନିଲ କୁମାର ନାଇକ, ପ୍ରଶାନ୍ତ ବେହେରା, ବିଶ୍ୱରଞ୍ଜନ ପୃଷ୍ଟି, ଦେବାଶିଷ ଦାସ, ସଞ୍ଜୟ ଜେନା ପ୍ରମୁଖ ବିଭିନ୍ନ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ଛେନାପଦି ଶାଖା ପରିଚାଳକ ଭବେଶ କୁମାର ସେଠୀ, କ୍ୟାସ ଅଫିସର ପରିତୋଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ର, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୂର୍ବତନ ସମିତି ସଭ୍ୟା ନିରୁପମା ରାରତ, ତୃପ୍ତୀମୟୀ ରାଉତ଼ରାୟ, ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ଵାଳ, ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପିତାମ୍ବର ପାଢୀ, ସୁରେନ୍ଦ୍ର କୁମାର ଜେନା, ବିଶ୍ୱନାଥ ନାୟକ, ସନାତନ ଓଝା, ନିକୁଞ୍ଜ ବିହାରୀ ଓଝା, ସଞ୍ଜୟ ରାଉତ, ଅମୀୟ ନାୟକ, ନିରଞ୍ଜନ ମହାପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, ସୁରେନ୍ଦ୍ର ନାୟକ, ସରୋଜ ଚ଼କ୍ର, ଉଦୟ ନାଥ ସା, ପଙ୍କଜ ଗୁପ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ